ତେଲେଙ୍ଗାନାରୁ ଗ୍ୟାଙ୍ଗଷ୍ଟର ହାଇଦର ଗିରଫ

କଟକ: କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା। ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି ବୋଲି କମିଶନର କହିଛନ୍ତି। ଆଜି ସଂଧ୍ୟାରେ କଟକ ପୋଲିସ ତେଲେଙ୍ଗାନାରୁ ଧରିଛନ୍ତି। ତେଲେଙ୍ଗାନା ପୋଲିସ ସହାୟତାରେ ରଙ୍ଗାରେଡି ଜିଲ୍ଲାରୁ ଗିରଫ କରାଯାଇଛି। ଖୁବ୍ ଶୀଘ୍ର ଆମେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ସିପି କହିଛନ୍ତି। ଏପ୍ରିଲ ୧୦ ତାରିଖ ଦିନ ଫେରାର ହୋଇଯାଇଥିଲା ହାଇଦର। ଗାର୍ଡଙ୍କୁ ନିଶା ଦେଇ ଖସି ଯାଇଥିଲା ଗ୍ୟାଙ୍ଗଷ୍ଟର ହାଇଦର।

Leave a Reply

Your email address will not be published. Required fields are marked *