ଜୋର ଧରିଲା ସିଇଟିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ ଦାବି ; ପିଟିସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ୬୦୦ ବିଦ୍ୟାର୍ଥୀ

ଭୁବନେଶ୍ୱର :୧୪/୭(ଶ୍ରୁ.ମି ) ଦୀର୍ଘ ୮ ବର୍ଷ ଧରି ରାଜ୍ୟର ଅନ୍ୟତମ ପୂରାତନ ଓ ବୈଷୟିକ ଶିକ୍ଷା ପ୍ରଦାନ ରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଭୁବନେଶ୍ୱର ସ୍ଥିତ ସିଇଟି ( କଲେଜ ଅଫ ଇଞ୍ଜିନିୟରିଂ ) ବୈଷୟିକ ମହାବିଦ୍ୟାଳୟ କୁ ଏକକ ବିଶ୍ବ ବିଦ୍ୟାଳୟ ମାନ୍ୟତା ପ୍ରଦାନ ପାଇଁ କଲେଜର ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ଏଥିରେ କାଳକ୍ଷେପଣ ନୀତି ଅବଳମ୍ବନ କରୁଥିବାରୁ ଛାତ୍ରଛାତ୍ରୀ ମାନେ ନିଜ ଆନ୍ଦୋଳନ କୁ ଆଗେଇ ନେବା ପାଇଁ ବିଭିନ୍ନ ପନ୍ଥା ଆପଣେଇ ଛନ୍ତି । ଏବେ ପୁଣିଥରେ ଜୋର ଧରିଛି ସିଇଟିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦାବି । ଏଥିନିମନ୍ତେ ସରକାର ପରିଚାଳିତ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (CET) ର ଛାତ୍ରଛାତ୍ରୀମାନେ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ Petition ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି | 600 ରୁ ଅଧିକ ଛାତ୍ରଛାତ୍ରୀ ଏବଂ ଆଲୁମିନି ଏହି ଆବେଦନପତ୍ର ମାଧ୍ୟମରେ ନିଜର ଦାବି ପ୍ରକାଶ କରିଛନ୍ତି। ସରକାରଙ୍କ ଉଦାସୀନତା ଏବଂ ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି |
ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ହେବା ପାଇଁ CET କଲେଜର ସମସ୍ତ ଶିକ୍ଷାଗତ ଯୋଗ୍ୟତା ଅଛି | ବିଶ୍ୱବିଦ୍ୟାଳୟ ତିଆରି ହେଲେ କଲେଜ ପ୍ରକୃତରେ ଭଲ କରିପାରିବ ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଛି |
ଏହାପୂର୍ବରୁ ଛାତ୍ରଛାତ୍ରୀମାନେ ସୋସିଆଲ ମିଡିଆରେ 14 ଦିନିଆ ଅଭିଯାନ ‘ସଙ୍ଗର୍ଷ’ ଆରମ୍ଭ କରି ଅନୁଷ୍ଠାନ ପାଇଁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକପତ୍ର ଦାଖଲ କରିଥିଲେ ।

Leave a Reply

Your email address will not be published. Required fields are marked *