ଜୁଯୋମୁରା ଅଗ୍ନିଶମ କାଯ୍ୟାଳୟ ବାହାରେ ୨ ଟ୍ରକ ଓ ହାଇୱ। ମଧ୍ଯରେ ଧକ୍କା ,ଡ୍ରାଇଭର ଗୁରୁତର

ସମ୍ବଲପୁର ୧୯/୭ ଜାତୀୟ ରାଜପଥ ଅଗ୍ନିଶମ କାଯ୍ୟାଳୟ ବାହାରେ ଟ୍ରକ ଓ ହାଇୱ। ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି ।ଘଟଣା ରୁ ଜଣାପଡିଛି ଯେ ସମ୍ବଲପୁର ରେଡାଖୋଳ ଜାତୀୟ ରାଜପଥ ର ଜୁଯୋମୁରା ଫାୟାର ଅଫିସ ବାହାରେ ସମ୍ବଲପୁର ପଟରୁ ରେଡାଖୋଳ ପଟକୁ ଯାଉଥିବା ଏକ ଦଶଚକିଆ ଟ୍ରକ ଅପରପଟରୁ ଆସୁଥିବା ଏକ ହାଇୱ। କୁ ଧକ୍କା ଦେଇଛି । ଏଥିଯୋଗୁ ଉଭୟ ଟ୍ରକ ଓ ହାଇୱ। ସହ ହାଇୱ। ପଛରେ ଆସୁଥିବା ଅନ୍ୟ ଏକ ଟ୍ରକ ମଧ୍ୟ ହାଇୱ। ପଛରେ ପିଟି ହୋଇ ଦୁର୍ଘଟଣା ର ଶିକାର ହୋଇଛି । ତେବେ ଏହି ଦୁର୍ଘଟଣା ରେ ଦଶ ଚକିଆ ଟ୍ରକ ର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାକୁ ଅଗ୍ନିଶ୍ରମ କାଯ୍ୟାଳୟ ର କର୍ମଚାରୀ ଓ ପୋଲିସ ପକ୍ଷରୁ ଟ୍ରକରୁ ଉଦ୍ଦାର କରାଯାଇଛି । ଏହା ସହ ତାକୁ ଜୁଯୋମୁରା ହସ୍ପିଟାଲ କୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି । ତେବେ ଖବର ଲେଖା ଯିବା ପର୍ଯନ୍ତ ଗୁରୁତର ଆହତ ଟ୍ରକ ଡ୍ରାଇଭର ର ପରିଚୟ ଜଣାପଡିନାହିଁ । ଏନେଇ ଜୁଯୋମୁରା ପୋଲିସ ଅଧିକ ତଦନ୍ତ ଜାରି ରଖିଛି l

Leave a Reply

Your email address will not be published. Required fields are marked *