ଚାଷୀ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡି ; ଚାଷୀଙ୍କ ବକେୟା ପଇସା ଓ ଏଫ.ସି.ଆଇ ର ଚାଉଳ ଉଠାଣରେ ଅବହେଳା ବିରୁଦ୍ଧରେ ଆଜି ବିଜୁ ଜନତା ଦଳ ସମ୍ବଲପୁର ପକ୍ଷରୁ ଗଣଧାରଣା

ସମ୍ବଲପୁର:୧୯/୦୭(ଶ୍ରୁ.ମି) ପୁଣି ତେଜିଲା ଚାଷୀ ସମସ୍ୟା ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆନ୍ଦୋଳନ ରାଜନୀତି । ଗୋଟିଏ ପଟେ ରାଜ୍ୟରେ ବିଗତ କିଛି ଦିନ ଧରି ମଣ୍ଡିରୁ ଧାନ ଉଠିବା ଦାବିରେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ ଶାସକ ବିଜେଡି ମଧ୍ୟ ଅନୁରୂପ ଭାବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ବିରୋଧରେ ଆନ୍ଦୋଳନାତ୍ମକ ରଣନୀତି ଆପଣାଇଛି । ଆଜି ଅର୍ଥାତ ୨୦ ତାରିଖ ଦିନ ସକାଳ ୧୦ଟା ସମୟରେ ବକେୟା ପଇସା ଓ ଏଫ.ସି.ଆଇ ର ଚାଉଳ ଉଠାଣରେ ଅବହେଳା ବିରୁଦ୍ଧ ରେ ବିଜୁ ଜନତା ଦଳ ସମ୍ବଲପୁର ପକ୍ଷରୁ କେନ୍ଦ୍ର ସରକାର ବିରୋଧରେ ଗଣଧାରଣା ଦିଆଯିବ l କଣ୍ଟାପାଲି ଏଫ.ସି.ଆଇ ଗୋଦାମ ସମୁଖରେ ଅନୁଷ୍ଠିତ ହେବାକୁଥିବ ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଜୁ ଜନତା ଦଳର ସକ୍ରୀୟ ନେତୃମଣ୍ଡଳୀ ସଂଯୋଜନା କରିବେ । ଏହି ପ୍ରତିବାଦ ଧାରଣାରେ ସମ୍ବଲପୁର ଜିଲ୍ଲା ନେତୃମଣ୍ଡଳୀ ମାନେ ମଧ୍ୟ ଯୋଗଦାନ କରିବେ ।
ସାମାଜିକ ଦୂରତ୍ବ ଓ କୋଭିଡ ଗାଇଡଲାଇନ ପାଳନ କରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାକୁ ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସ ଅନୁରୋଧ କରିଛନ୍ତି l

Leave a Reply

Your email address will not be published. Required fields are marked *