ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗିରଫ

ନୂଆଦିଲ୍ଲୀ: ୧୯/୭ ( ଏଜେନ୍ସି ) ବ୍ୟବସାୟୀ ତଥା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ସୋମବାର (ଜୁଲାଇ 19) ରାତିରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଦ୍ୱାରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ମାଧ୍ୟମରେ ଏହାର ପ୍ରକାଶନ କରୁଥିବାର ଅଭୋଯୋଗରେ ଗିରଫ ହୋଇଛନ୍ତି । ମୁମ୍ବାଇ ସିପି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଏହି ଘଟଣାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି କାରଣ ସେ ଏହାର ମୁଖ୍ୟ ଷଡଯନ୍ତ୍ରକାରୀ ଅଟନ୍ତି। ଏହି ବିଷୟରେ ଆମ ପାଖରେ ଯଥେଷ୍ଟ ପ୍ରମାଣ ଅଛି । ସୂଚନାଯୋଗ୍ୟ ଯେ,୨୦୨୧ରେ କ୍ରାଇମ ବ୍ରାଞ୍ଚ ମୁମ୍ବାଇରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ମାଧ୍ୟମରେ ପ୍ରକାଶନ ବିଷୟରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଯେତେବେଳେ ଅଭିନେତ୍ରୀ ଶେରଲିନ୍ ଚୋପ୍ରା ଏବଂ ପୁଣମ୍ ପାଣ୍ଡେ ମୁମ୍ବାଇ ପୋଲିସ୍ ଟିମ୍ ଆଗରେ ସ୍ୱୀକାର କରିଥିଲେ ଯେ ସେମାନଙ୍କୁ ରାଜ କୁନ୍ଦ୍ରା ବୟସ୍କ ଚଳଚ୍ଚିତ୍ର ଶିଳ୍ପକୁ ଆଣିଥିଲେ। ତେବେ ମାମଲାରେ ଅଧିକ ଅନୁସନ୍ଧାନ ଚାଲିିଛି । ସାଗରିକା ସୁହାନ ଶୋହାନା ନାମକ ମୁମ୍ବାଇର ଜଣେ ଟିଭି ଆକ୍ଟରେସ ତାଙ୍କୁ ଏପରି ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ପାଇଁ ପ୍ରଲୋଭନ ଦିଆ ଯିବା ସହ ଓ ଚାପ ପ୍ରୟୋଗ କରାଯାଇଥିଲା ।

Leave a Reply

Your email address will not be published. Required fields are marked *