ଅଧିକ ସଂଖ୍ୟାରେ ମହିଳା, ଦଳିତ,ଆଦିବାସୀ ପଛୁଆ ବର୍ଗ ଓ ଗରିବ ଚାଷୀ ଘରର ପୁଅ ମନ୍ତ୍ରୀ ହେବା କିଛି ଲୋକଙ୍କ ଦେହରେ ଯାଉନି: ମୋଦୀ

ନୂଆଦିଲ୍ଲୀ ୧୯/୭ (ଏଜେନ୍ସି) ସଂସଦର ମୌସୁମୀ ଅଧିବେଶନରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ଔପଚାରିକତା ଦୃଷ୍ଟିରୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କ ପରିଚୟ କରାଇବା ଅବସରରେ ବିରୋଧୀ ମାନେ ହଙ୍ଗାମା କରିଥିଲେ । ଗୃହ ବାରମ୍ବାର ମୁଲତବୀ ହୋଇଥିଲା । ତେବେ ଲୋକସଭାରେ ସେମାନଙ୍କ ପରିଚୟ କରାଇବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବୋଧହୁଏ ଅଧିକ ସଂଖ୍ୟା ରେ ଦଳିତ, ମହିଳା, ଓବିସି, ଚାଷୀ ଘରର ପଅୁମାନେ ମନ୍ତ୍ରୀ ହୁଅନ୍ତୁ ଏହା କିଛିରଲାକ ପସନ୍ଦ କରୁନାହାଁନ୍ତି । ସେ କହିଥିଲେ ଯେ,
ମ ଭାବୁଁଥିଲି ଆଜିସଦନହେ ଏକ ଉତ୍ସାହପୂର୍ଣ୍ଣ ବାତାବରଣ ଦେଖିବାକୁ ମିଳିବ କାରଣ ସେ ତାଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ
ବହୁ ସଂଖ୍ୟାହେ ମହିଳା ସାଂସଦ,ଦଳିତ ଭାଇମାନେ, ଆଦିବାସୀ,
ଅନୁଁସୂଚିତ ଜାତିର ତଥା ଚାଷୀ ଘରର ପୁଅ ମାନଙ୍କୁ ସାମିଲ କରିଛନ୍ତି । ପରିଚୟ ବେଳେ ସମସ୍ତେ ତାଙ୍କ ପିଠି ଥାପୁଡାଇ ତାଙ୍କୁ ଉତ୍ସାହିତ କରିବେ ହେଲେ ଏଥିରେ କିଛି ଲୋକଙ୍କ ମନ ଖଟ୍ଟା ହୋଇଯାଇଥିବା ଦୃଖିବାକୁ ମିଳୁଛି ବୋଲି କହି ସେ ବିରୋଧୀ ଙ୍କୁ ପଲଟା ଆକ୍ରମଣ କରିଥିଲେ । ସୂଚନାଯୋଗ୍ୟ ଯେ , ମୋଦିଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ ରେକର୍ଡ ସଂଖ୍ୟା ରେ ମନ୍ତ୍ରୀ ଦଳିତ ପଛୁଆ ବର୍ଗ ଓ ମହିଳା ମାନେ ସାମିଲ ହୋଇଛନ୍ତି । ସମ୍ପ୍ରସାରଣରେ ନୂତନ ୧୫ କ୍ୟାବିନେଟ ଓ ୨୮ ରାଜ୍ୟ ମନ୍ତ୍ରୀ ମାନଙ୍କ ମଧ୍ୟରୁ ଓବିସି ରୁ ୭ ଜଣ, ଅନୁସୂଚିତ ଜାତିରୁ ୧୨ ଜଣ ଓ ଅନୁସୂଚିତ ଜନଜାତି ରୁ ୮ ଜଣ ଅଛନ୍ତି ।

Leave a Reply

Your email address will not be published. Required fields are marked *