ଭାରତରେ କରୋନା: ୨୪ ଘଣ୍ଟାରେ ୩୮,୧୧୨ ସଂକ୍ରମିତ, ୫୬୦ ମୃତ୍ୟୁ

ଭାରତରେ କରୋନା ଭାଇରସ ମହାମାରୀର ୨ୟ ଲହର ହ୍ରାସ ପାଇଛି । କିନ୍ତୁ ବେଳେବେଳେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହେଉଥିବା ପରିଲକ୍ଷିତ ହେଉଛି । କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟର ରିପୋର୍ଟ ଅନୁସାରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ  ୩୯ ହଜାର ୪୪୧ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ ୫୩୬ ଜଣଙ୍କର ପ୍ରାଣହାନୀ ଘଟିଛି । ଦେଶରେ ବିଗତ ୨୪ ଘଣ୍ଟା ପୂର୍ବରୁ ୩୪ ହଜାର ୮୬୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ସମୟ ମଧ୍ୟରେ ୪୮୧ ଜଣଙ୍କର ମୃତ୍ୟୁ ହୋଇଥିଲା ।  

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫ ହଜାର ୪୮ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୫ ହଜାର ୭୫୫କୁ ବୃଦ୍ଧି ପାଇଛି । ଦେଶରେ କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୩ ଲକ୍ଷ ୩୧ ହଜାର ୧୪୫ ପହଂଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୦ ହଜାର ୩୮କୁ ବୃଦ୍ଧି ପାଇଥିବା କୁହାଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଆସିବା ପରେ ଦେଶରେ ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଠିକ ତଥ୍ୟ ଆସିବ । 

Leave a Reply

Your email address will not be published. Required fields are marked *