ଭାରତୀୟ ମଜଦୁର ସଂଘ ର ପ୍ରତିଷ୍ଠା ଦିବସ ପାଳିତ

ଗୋଶାଳା,୨୪/୦୭(ଶ୍ରୁ.ମି): ଭାରତୀୟ ମଜଦୁର ସଂଘ ସମ୍ବଲପୁର ଜିଲ୍ଳା ଶାଖା ପକ୍ଷରୁ ସ୍ଥାପନ ଦିବସ ବୁର୍ଲା ସ୍ଥିତ ପ୍ରତିଷ୍ଠା ଅନୁଷ୍ଠାନ କାର୍ଯାଳୟରେ ଶୁକ୍ରବାର ପାଳିତ ହୋଇଯାଇଛି l ଜିଲ୍ଲା ସଭାପତି ପ୍ରସନ୍ନ କୁମାର ସାହୁଙ୍କ ଆବାହକତ୍ଵ ରେ ଅନୁଷ୍ଠିତ କାର୍ଯକ୍ରମରେ ବିଭିନ୍ନ ପ୍ରାନ୍ତରରୁ ବହୁ କର୍ମକର୍ତ୍ତା ଯୋଗଦାନ କରିଥିଲେ I ସର୍ବପ୍ରଥମେ ଜିଲ୍ଳା ସଭାପତି ପ୍ରସନ୍ନ ସାହୁ ଆନୁଷ୍ଠାନିକ ଭାବରେ ପତାକା ଉତ୍ତୋଳନ କରିଥିଲେ l ଏହାପରେ ସଭାପତି ଶ୍ରୀ ସାହୁ ଙ୍କ ଅଧ୍ୟକ୍ଷତା ରେ ଏକ ସଭାର ଆୟୋଜନ ହୋଇଥିଲା I ଏଥିରେ ମୁଖ୍ୟ ଅତିଥି ଭାବରେ ବିଏମଏସ ର ରାଜ୍ୟ ସମ୍ପାଦକ ବିନୟ ତ୍ରିପାଠୀ ଯୋଗଦାନ କରି ମାର୍ଗଦର୍ଶନ କରିଥିବାବେଳେ ବିଭିନ୍ନ ଭବିଷ୍ୟତ କାର୍ଯପନ୍ଥା ନେଇ ଆଲୋଚନା ହୋଇଥିଲା l

Leave a Reply

Your email address will not be published. Required fields are marked *