କେରଳର ବାମପନ୍ଥୀ ସରକାରଙ୍କୁ ଝଟକା ; ହାତରୁ ଖସିଲା ୨ ଲକ୍ଷ କୋଟିର ପଦ୍ମନାଭ ସ୍ବାମୀ ମନ୍ଦିର

ନୂଆଦିଲ୍ଲୀ ଦୀର୍ଘ ବର୍ଷର ନ୍ୟାୟିକ ଲଢେଇ ପରେ କେରଳର ପ୍ରଭୁ ପଦ୍ମନାଭ ସ୍ବାମୀ ମନ୍ଦିର ଟ୍ରାଭାନକୋରର ହିନ୍ଦୁ ରାଜ ପରିବାର ହାତକୁ ଫେରି ଆସିଛି । ଏହା ରାଜ ପରିବାର ଦ୍ୱାରା ନିର୍ମିତ ହୋଇଥିଲା। ଏହି ମନ୍ଦିରରେ ଦୁଇ ଲକ୍ଷ କୋଟିରୁ ଅଧିକ ସମ୍ପତ୍ତି ଥିଲା। କିନ୍ତୁ ସମ୍ପତ୍ତି ଉପରେ କେରଳର କମ୍ୟୁନିଷ୍ଟ ସରକାରଙ୍କର ସମସ୍ତ ଅଧିକାର ଥିଲା। ବର୍ତ୍ତମାନ ମାନ୍ୟବର ସୁପ୍ରିମକୋର୍ଟରେ ଦୀର୍ଘ ଦିନର ଯୁଦ୍ଧ ପରେ ମାଲିକାନା ରୋୟାଲ୍ ​​ହିନ୍ଦୁ ପରିବାରକୁ ଯାଇଛି। ମାମଲା ରେ ବିଜୟ ପରେ ଯୁବରାଜ ଆଦିତ୍ୟ ବର୍ମା ତାଙ୍କ ମା’ଙ୍କୁ ଖବର ଶୁଣାଇବା ସମୟରେ ରାଣୀ ଆତ୍ମ ବିଭୋର ହୋଇ ଅଶ୍ରୁ ଛଳଛଳ ହୋଇ ଯାଇଥିଲେ । ବର୍ତ୍ତମାନ ମନ୍ଦିର ର ପ୍ରବନ୍ଧନ କେବଳ ହିନ୍ଦୁ ମାନଙ୍କ ହାତରେ ରହିବ ।

Leave a Reply

Your email address will not be published. Required fields are marked *