ଚାଷୀ ଆନ୍ଦୋଳନ: ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାରି ଦିନ ହେବ ଆନ୍ଦୋଳନ ଜାରି ରହିଛି । ପ୍ରଦର୍ଶନକାରୀଙ୍କ ବୁରାଡି ପଡିଆକୁ ଯିବା ପରେ ଆଲୋଚନା ଆରମ୍ଭ କରିବା ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅସ୍ୱୀକାର କରାଯାଇଛି । ଚାଷୀମାନେ ରବିବାର କହିଛନ୍ତି ଯେ, ସେମାନେ କୌଣସି ପ୍ରକାରର ସର୍ତ୍ତମୂଳକ ଆଲୋଚନା ସ୍ୱୀକାର କରିବେ ନାହିଁ । ଚାଷୀମାନେ ଚେତାବନୀ ଦେଇଛନ୍ତି ଯେ, ସେମାନେ ରାଷ୍ଟ୍ରୀୟ ରାଜଧାନୀରେ ଆଗାମୀ ଦିନରେ ସମସ୍ତ ୫ଟି ପ୍ରବେଶ ପଥକୁ ବନ୍ଦ କରିବେ । 

ଚାଷୀଙ୍କ ଏହି ଚେତାବନୀଙ୍କ ମଧ୍ୟରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିବାସରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସାମିଲ ଥିଲେ । କୁହାଯାଉଛି ଯେ, ଏହି ବୈଠକ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନିଜର ମନ କି ବାତ କାର୍ଯ୍ୟକ୍ରମରେ କହିଥିଲେ ଯେ, କୃଷି ସୁଧାରମାନେ ଚାଷୀଙ୍କୁ ନୂତନ ଅଧିକାର ଓ ଅବସର ଦେଇଛନ୍ତି । ବହୁତ କମ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ । ଗୃହ ମନ୍ତ୍ରାଳୟ ମଧ୍ୟ ଚାଷୀ ସଂଗଠନକୁ ଆଶ୍ୱାସନା ଦେଇଛି ଯେ, କେନ୍ଦ୍ରମନ୍ତ୍ରୀଙ୍କ ଏକ ଉଚ୍ଚସ୍ତରୀୟ ଦଳ ପ୍ରଦର୍ଶନକାରୀଙ୍କ ବୁରାଡିସ୍ଥିତ ପଡିଆରେ ପହଂଚି ସେମାନଙ୍କ ସହିତ ଆଲୋଚନା କରିବେ । ଚାଷୀ ଆନ୍ଦୋଳନରେ ୩୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । 

Leave a Reply

Your email address will not be published. Required fields are marked *