ଆର୍ଜେଣ୍ଟିନାକୁ ୩-୧ ରେ ହରାଇ ପୁରୁଷ ହକିରେ ଭାରତ କ୍ବାଟରରେ

ରେ ଟୋକିଓ ୨୯/ ୭ (ଏଜେନ୍ସି) ଗୁରୁବାର ଭାରତ ପାଇଁ ଏକ ଶୁଭ ଦିନ ସାବ୍ୟସ୍ତ ହୋଇଛି । ସୁଟିଂ ଓ ବ୍ୟାଢମିଣ୍ଟନ ରେ ଭଲ ପ୍ରଦର୍ଶନ କରିଥିବା ବେଳେ ଭାରତୀୟ ପୁରୁଷ ହକି ଦଳ ଗୁରୁବାର ଏହାର ଚତୁର୍ଥ ଲିଗ ମ୍ୟାଚ ରେ ଆର୍ଜେଣ୍ଟିନା ବିରୋଧରେ ଦମଦାର ବିଜୟ ହାସଲ କରିଛି । ଟୋକିଓରେ ଅନୁଷ୍ଠିତ ଏହାର ଶେଷ ପୁଲ୍ ମ୍ୟାଚ୍ ରେ ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନାକୁ 3-1ରେ ପରାସ୍ତ କରି ଅଲିମ୍ପିକ୍ ଗେମ୍ସ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି | ଗୋଲହୀନ ପ୍ରଥମ ଦୁଇ କ୍ୱାର୍ଟର ପରେ ଭାରତ ୪୩ ତମ ମିନିଟରେ ବିବେକ ସାଗର ପ୍ରସାଦ (୫୩ତମ) ଏବଂ ହରମାନପ୍ରୀତ ସିଂ (୫୯ ତମ) ମ୍ୟାଚର ଶେଷ ମିନିଟରେ ଗୋଲଦେଇ ଭାରତର ବିଜୟ ସୁନିଶ୍ଚିତ କରିଥିଲେ । ଖେଳର ୪୮ତମ ମିନିଟରେ ଶୁଥ କାସେଲାଙ୍କ ଦ୍ୱାରା ପେନାଲ୍ଟି କର୍ଣ୍ଣର ରୁ ଗୋଲ ଦ୍ବାରା ଆର୍ଜେଣ୍ଟିନାର ଏକମାତ୍ର ଗୋଲ ଆସିଥିଲା। ଏହି ବିଜୟ ହେତୁ ଭାରତ ପୁଲ ଏ ରେ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଚାରିଟି ମ୍ୟାଚରୁ ତିନୋଟି ବିଜୟ ଓ ଗୋଟିଏ ପରାଜୟ ରହିଛି।
ଶୁକ୍ରବାର ଦିନ ଅନ୍ତିମ ପୁଲ୍ ମ୍ୟାଚ୍ ରେ ଭାରତ ଆୟୋଜକ ଜାପାନ ସହ ଖେଳିବ

Leave a Reply

Your email address will not be published. Required fields are marked *