ଭିଏସଏସ ବିମାନ ବନ୍ଦରରେ ଟ୍ୟାକ୍ସି ଲଗାଇଥିବା ସ୍ଥାନୀୟ ଯୁବକଙ୍କ ସହ ଭେଦଭାବକୁ ନେଇ ସିନ୍ଧିଆଙ୍କୁ ଚିଠି ଲେଖିଲେ ବିଜେପି ନେତା ଦିନେଶ ଜେନ


ଝାରସୁଗୁଡା ୨୯/୭( ଶ୍ରୁମି ) ଭିଏସଏସ ବିମାନବନ୍ଦର ଟ୍ୟାକ୍ସି ସେବା ସଂଗଠନ ପକ୍ଷରୁ ସ୍ଥାନୀୟ ବିଜେପି ବିଧାୟକ ପ୍ରାର୍ଥୀ ଦିନେଶ ଜେନ ନୂତନ ତଥା କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍ ସିନ୍ଧିଆଙ୍କୁ ଶୁଭଚ୍ଛା ଜଣାଇବା ସହ ସେମାନଙ୍କର ସମସ୍ୟା ସମାଧାନ ପାଇଁ ପତ୍ର ଲେଖି ଜଣାଇଛନ୍ତି । ବିମାନ ବନ୍ଦର ରେ ୪୦ ଗୋଟି ଟ୍ୟାକ୍ସି ଲଗାଇଥିବା ସ୍ଥାନୀୟ ଯୁବକ ମାନେ ଋଣ ସୂତ୍ରରେ ଗାଡି କିଣି ୨୦୧୮ ମସିହାରେ ନିର୍ମିତ ବିମାନ ବନ୍ଦର ରେ ଯାତ୍ରା ମାନଙ୍କୁ ଟ୍ୟାକ୍ସି ସେବା ଯୋଗାଇ ଆସୁଥିଲେ । ହଠାତ ୨୦୨୦ ମସିହାରେ ବିମାନ ବନ୍ଦର ନିର୍ଦ୍ଦେଶକ ସେମାନଙ୍କୁ ସେଠାରେ ପାର୍କିଂ ପାଇଁ ମନା କରିବା ସହ ଭୁବନେଶ୍ୱରର ଅନ୍ୟ ଏକ କ୍ୟାବ କମ୍ପାନୀକୁ ଟେଣ୍ରର ଜରିଆରେ ନିଲାମ ଦିଆଯାଇଛି ବୋଲି ଜଣାଇଥିଲେ । ତେବେ ଇତିମଧ୍ୟରେ ନିଲାମ ଅବଧି ଚଳିତ ବର୍ଷ ମେ ମାସରେ ପୁରି ଯାଇ ଥିବାରୁ ଏହି ଟ୍ୟାକ୍ସି ସଂଘକୁ ପୂର୍ବ ପରି ଟ୍ୟାକ୍ସି ସେବା ଯୋଗାଇବାକୁ ଅନୁମତି ଦିଆଯାଉ ଯଦ୍ବାରା ସେମାନେ ବ୍ୟାଙ୍କ କୁ ୠଣ ସୁଝି ପାରିବେ । କରୋନାର ପ୍ରଥମ ଫେଜରେ ଏହି ସଂଗଠନ ର ସଦସ୍ୟ ମାନେ ବିମାନ ବନ୍ଦର କର୍ତ୍ତୃପକ୍ଷ ଙ୍କ ଅନୁରୋଧ କ୍ରମେ ନିଜ ଜୀବନକୁ ବିପନ୍ନ କରି ଟ୍ୟାକ୍ସି ସେବା ଯୋଗାଇ ଥିଲେ ତେଣୁ ସେମାନଙ୍କ ପେଟରେ ଲାତ ମରାନଯାଉ ବୋଲି ବିଜେପି ନେତା ଦିନେଶ ଜେନ ସିନ୍ଧିଆଙ୍କୁ ପତ୍ରଲଜଖି ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *