ବିଜେପି ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ମଣ୍ଡଳର କାର୍ଯ୍ୟକାରିଣୀ ଅନୁଷ୍ଠିତ

ଝାରସୁଗୁଡା (29-07 ଶ୍ରୁମି ) ଆଜି ବିଜେପି ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ମଣ୍ଡଳର କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଶ୍ରୀ ରାଜେଶ ଦାସ ଙ୍କ ଅଧ୍ୟକ୍ଷତାରେ ହୋଇଛି। ଏହି କାର୍ଯ୍ୟକ୍ରମ କୁ ଭାରତ ମାତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ , ବିଜେପି ର ଶ୍ୟାମା ପ୍ରସାଦ ମୁଖାର୍ଜୀ, ଦିନ୍ ଦୟାଲ ଉପାଧ୍ୟାୟ ଓ ଅଟଲ୍ ବିହାରୀ ବାଜପେୟୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦିଆ ଯିବା ପରେ , ବନ୍ଦେ ମାତରଂ ଗାନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରାଗଲା। କରୋନା ମହାମାରୀ ସମୟରେ ମଣ୍ଡଳର ପ୍ରାଣ ହରାଇଥିବା ଲୋକଙ୍କ ସୋକ ପ୍ରସ୍ତାବ କରାଗଲା । ଏହି କାର୍ଯ୍ୟକ୍ରମ ରେ ଆମ ଦଳର ସଂଗଠନ ବୁଥ ପର୍ଯ୍ୟନ୍ତ ସୁଦୃଢ କରିବା ଓ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଲଇକେରା ରେ ହେଉଥିବା ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଦାବି କରାଗଲା। ଗତ ବର୍ଷର ଖରିବ ଋତୁର ଧାନ ଓ ଚଳିତ ବର୍ଷ ରବି ଋତୁର ଧାନ ରାଜ୍ୟ ସରକାର କ୍ରିୟ କରିବାରେ ବିଫଳ, ରାଜ୍ୟ ସରକାର ଏହି ସମସ୍ୟାର ସମାଧାନ ତୁରନ୍ତ କରନ୍ତୁ ଓ ଚାଷୀଙ୍କ ଧାନ କିଣନ୍ତୁ। କରୋନା ମହାମାରୀ ସମୟରେ ବନ୍ଦବାହଲରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା ଓ ଝାରସୁଗୁଡ଼ା ମୁଖ୍ୟ ଡାକତରଖାନାରେ ଆକସିଜନ୍ ପ୍ଲାଣ୍ଟ ନିର୍ମାଣ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରାଗଲା। ଝାରସୁଗୁଡ଼ା ଅଞ୍ଚଳ ରେ ଥିବା କଳକାରଖାନା ରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ବିଷୟରେ ଆଲୋଚନା କରାଗଲା। ଏହି କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ରୂପେ ରାଜ୍ୟ ସମ୍ପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ପ୍ରେମ ସେନ୍ ରାୟ, ନୱଲ୍ ଅଗ୍ରୱାଲ , ନେତାଜୀ ପଟ୍ଟନାୟକ, ଅରୁଣ ବେହେରା, ମନୋଜ ସାହୁ, କୁଲଦୀପ ନାୟକ, ଲିଙ୍କନ ତଣ୍ଡକାର ,ସଞ୍ଜୟ ପୂଜାରୀ, ବେଦବ୍ୟାସ ପ୍ରଧାନ ଓ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *