ଅରୁଣାଚଳ ପ୍ରଦେଶ ନିକଟ ବ୍ରହ୍ମପୁତ୍ର ନଦୀରେ ଚୀନ ନିର୍ମାଣ କରୁଛି ବୃହତ୍ତ ଡ୍ୟାମ, ବାଂଲାଦେଶ ଚିନ୍ତିତ

ସୀମାକୁ ନେଇ ପୂର୍ବ ଲଦ୍ଦାଖରେ ଚାଲିଥିବା ବିବାଦ ମଧ୍ୟରେ ଡ୍ରାଗନ ତିବତରୁ ବାହାରିଥିବା ବ୍ରହ୍ମପୁତ୍ର ନଦୀ ଅଥବା ୟାରଲୁଙ୍ଗ ଜାଙ୍ଗବୋ ନଦୀର ନିମ୍ନ ସ୍ରୋତରେ ଭାରତ ସନ୍ମିକଟ ପାଖାପାଖି ବିଶାଳ ଡ୍ୟାମ (ବନ୍ଧ) ନିର୍ମାଣ କରିବାକୁ ଯାଉଛି । ଏହି ବନ୍ଧ କେତେ ବଡ଼ ହେବ ଏଥିରୁ ଅନୁମାନ କରାଯାଇପାରିବ ଯେ, ଚୀନରେ ନିର୍ମିତ ସବୁଠାରୁ ବଡ଼ ବନ୍ଧ ଥ୍ରୀ ଜର୍ଜ ତୁଳନାରେ ମଧ୍ୟ ବଡ଼ ହେବ । ଚୀନର ଏହି ବିଶାଳ ଆକୃତିର ବନ୍ଧ ଦ୍ୱାରା ଭାରତର ପୂର୍ବୋତ୍ତର ରାଜ୍ୟ ଏବଂ ବାଂଲାଦେଶରେ ମରୁଡି ସୃଷ୍ଟି କରିପାରେ । 

ତିବତ ସୱୟତତ ଅଂଚଳରୁ ବାହାରିଥିବା ବ୍ରହ୍ମପୁର ନଦୀ ଭାରତର ଅରୁଣାଚଳ ପ୍ରଦେଶ ରାଜ୍ୟ ଜରିଆରେ ସୀମାରେ ପ୍ରବେଶ କରିଛି । ଅରୁଣାଚଳ ପ୍ରଦେଶରେ ଏହି ନଦୀକୁ ସିୟାଙ୍ଗ କୁହାଯାଇଥାଏ । ଏହା ପରେ ଏହି ନଦୀ ଆସାମ ପହଂଚିଛି । ଏଠାରେ ଏହାକୁ ବ୍ରହ୍ମପୁତ୍ର କୁହାଯାଉଛି । ଆସାମ ଦେଇ ବ୍ରହ୍ମପୁତ୍ର ବାଂଲାଦେଶରେ ପ୍ରବେଶ କରିଛି । ବ୍ରହ୍ମପୁତ୍ରର ପୂର୍ବୋତ୍ତର ରାଜ୍ୟ ଏବଂ ବାଂଲାଦେଶ ଲାଗି ଜୀବନ ରେଖା କୁହାଯାଇଥାଏ । ଜୀବୀକା ପାଇଁ ଏହି ନଦୀ ଉପରେ ଲକ୍ଷାଧିକ ଲୋକ ନିର୍ଭର କରିଥାନ୍ତି । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅରୁଣାଚଳ ପ୍ରଦେଶର ସୀମାରେ ଏହି ବିଶାଳ ବନ୍ଧ ନିର୍ମାଣ ହେବ । ଚୀନ ପୂର୍ବରୁ ମଧ୍ୟ ଅନେକ ଛୋଟଛୋଟ ବନ୍ଧ ନିର୍ମାଣ କରିଛି । କିନ୍ତୁ ନୂଆ ବନ୍ଧଟି ବୃହତ୍ତ ହେବାର ଆଶଙ୍କା ରହିଛି, ଯାହାକି ବାଲାଂଦେଶ ପାଇଁ ଚିନ୍ତାର କାରଣ ହେବାର ଆଶଙ୍କା ରହିଛି । ଥ୍ରୀ ଜଜ ବନ୍ଧ ତୁଳନାରେ ନୂତନ ବନ୍ଧରୁ ୩ ଗୁଣ ବିଦ୍ୟୁତ ଉତ୍ପାଦନ କରାଯିବାର ଲକ୍ଷ୍ୟ ରଖାଯାଇଛି 

Leave a Reply

Your email address will not be published. Required fields are marked *