ନାରାୟଣୀ ସନ୍ସ ଗଚ୍ଛିତ଼ ସ୍ଥାନରୁ ଆଇରନ ଚ଼ୋରି ଉଦ୍ୟମ ବେଳେ ନମ୍ବର ବିହିନ ଜେସିବି ସମେତ଼ ୩ଟ୍ରକ ଜବତ଼,୭ ଅଟକ,୨ଫେରାର


କେନ୍ଦୁଝର ୦୨/୦୮ (ଶ୍ରୁମି) କେନ୍ଦୁଝର ସଦର ଥାନା ମହାଦେଇଯୋଡ଼ା ପଞ୍ଚାୟତ଼ ନାଉପଦା ନାରାୟଣୀ ସନ୍ସ କମ୍ପାନୀ ର ଗଚ୍ଛିଥିବା ଲୁହାପଥର ସ୍ଥାନରୁ ଶନିବାର ରାତ଼ି ମାଫିଆ ମାନେ ଲୁହାପଥର ଚ଼ୋରି କରୁଥିବା ସମୟରେ mining ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୩ଟି ଟ୍ରକ୍ ସମେତ଼ ଏକ ନମ୍ବର ବିହିନ ଜେସବି ଜବତ ହୋଇଛି । ରାତିରେ କିଛି ଲୋକ ଲୁହାପଥର ଚୋରି କରୁଥିବା ଖବର ପାଇ ଗ୍ରାମବାସୀ ସେମାନଙ୍କୁ କାବୁ କରି ମାଇନ୍ସ ମାଲିକଙ୍କୁ ଖବର ଦେଇଥିଲେ । ପରେ ମାଇନ୍ସ ମାଲିକ ମାଇନିଂ ବିଭାଗ ଏବଂ ପୋଲିସ କୁ ଖବର ଦେବାରୁ ଘଟଣା ସ୍ଥଳକୁ ଉଭୟ ବିଭାଗ ଯାଇ ଚୋରି ନିୟୋଜିତ ଗାଡି ଓ ଜେସିବି ଜବତ ସହ ୭ଜଣଙ୍କୁ କାବୁ କରି ଅଟକ ରଖିଥିଲେ । ରାତିର ସୁଯୋଗ ନେଇ ଆଉ 2 ଜଣ ଖସି ପଳାଇ ଥିଲେ ।

Leave a Reply

Your email address will not be published. Required fields are marked *