ଜନସ୍ଵାର୍ଥ ମାମଲାରେ ହାଇକୋଟଙ୍କ ନିର୍ଦ୍ଦେଶ କ୍ରମେ ଏନଏଚ ୨୦ ର କାମ ଦେଖିବାକୁ ଗ୍ରାଉଣ୍ଡ ଜିରୋ ରେ ତିନି ଜଣିଆ ଟିମ

ପାଣି କୋଇଲି ଠାରୁ ରିମୁଳି ଯାଏ ଏନ ଏଚ ୨୦ ର ଦୁରାବସ୍ତା ନେଇ ଜୈନେକ ମିତ୍ରଭାନୁ ମହାପାତ୍ର ହାଇକୋର୍ଟରେ ଏକ ଜନସ୍ଵାର୍ଥ ମାମଲା ଦାୟର କରିଥିଲେ । ଯାହାକୁ କେଶ ନଂ – ୧୯୫୮୧/୨୧ ଭାବରେ ଗ୍ରହଣ କରି ଖୁବ ଶିଘ୍ର ରାସ୍ତାର ମରାମତି ଓ ରାସ୍ତା କାମ ସମ୍ପୂର୍ଣ୍ଣ କରିବାକୁ ଏନଏଚ ଆଇ ସଂସ୍ଥାକୁ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେସ ଦେବା ସହ , ଯାଜପୁର ଓ କେନ୍ଦୁଝରର ଜିଲ୍ଲାପାଳଙ୍କୁ ଏହାର ତଦାରଖ କରି ରିପୋଟ ଦେବାକୁ କହିଥିଲେ । ତାପରେ ଗ୍ରାଉଣ୍ଡ ଜିରୋ ରେ କଣ ସ୍ଥିତି ଅଛି ଜାଣିବାକୁ ଆବେଦନକାରୀଙ୍କ ଓକିଲ , ସରକାରୀ ଓକିଲ ଓ ଏନଏଚ ଆଇର ଓକିଲଙ୍କୁ ମାନ୍ୟବର ହାଇକୋର୍ଟ ପଠାଇଥିଲେ । ଯାହା ଫଳରେ ଆଜି ତିନି ଜଣ ଯାକ ଆସି ପାଣିକୋଇଲି ଠାରୁ ରିମୁଳି ୧୬୩ କିମି ବୁଲି ରାସ୍ତାର ଟିକିନିକି ଯାଞ୍ଜ କରି ଫେରି ଯାଇଥିଲେ । ରାସ୍ତାରେ ବହୁ ଅବ୍ୟବସ୍ତା ଓ ଠିକ ସେ କାମ ଯୋଇ ନ ଥିବା ଜାଣିବାକୁ ପାଇଛନ୍ତି ଟିମ । ଏଣୁ ଏ ସବୁ ତଥ୍ୟକୁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ରଖାଯିବ ବୋଲି ଆବେଦନକାରୀଙ୍କ ଓକିଲ ସମ୍ବିତ ସାମଲ କରିଛନ୍ତି

Leave a Reply

Your email address will not be published. Required fields are marked *