ଅବିଶ୍ବସନୀୟ ;ଅଷ୍ଟ୍ରେଲିଆ କୁ ହରାଇ ସେମିରେ ଭାରତୀୟ ମହିଳା ହକି ଦଳ

ଟୋକିଓ ୦୨/୦୪ (ଏଜେନ୍ସି) ସୋମବାର ଟୋକିଓ ଅଲମ୍ପିକରେ ଧମାକାଦାର ପ୍ରଦର୍ଶନ କରିଛନ୍ତି ଭାରତୀୟ ମହିଳା ହକି ଦଳ । ଏବେ ପୁରୁଷ ଟିମ ସହ ମହିଳା ହକି ଦଳବି ସେମିରେ ପହଞ୍ଚି ଯାଇ ଦେଶକୁ ମେଡାଲ ଦେବାର ସମ୍ଭାବନା ସୃଷ୍ଟି କରିଛନ୍ତି । କ୍ୱାର୍ଟର ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ମହିଳା ହକି ଦଲ। ଗୁରଜିତ କୌର ପ୍ରଥମ କ୍ବାର୍ଟରରେ ତାଙ୍କର ଅଲମ୍ପିକରେ ପ୍ରଥମ ଗୋଲ କରିବା ସହ ଭାରତକୁ ୧-୦ରେ ବିଜୟୀ କରିଥିଲେ । ଭାରତୀୟ ମହିଳା ହକି ଦଳ ପାଇଁ ସେମିରେ ପହଞ୍ଚିବା ଅବିଶ୍ବସନୀୟ କାରଣ ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରିବାକୁ ପୁଲ୍ ଏର ଶେଷ ମ୍ୟାଚ୍ ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୪-୩ ରେ ପରାସ୍ତ କରିଥିଲା ଏବଂ ପରେ ଗ୍ରେଟ୍ ବ୍ରିଟେନ ଆୟର୍ଲାଣ୍ଡକୁ ୨-୦ରେ ପରାସ୍ତ କରିବାରୁ କ୍ବାର୍ଟର ପାଇଁ ସଂଘର୍ଷ କରୁଥିବା ଓ ପୁଲରେ ବହୁ ପଛରେ ପଡିଥିବା ଟିମ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟରେ ଅନ୍ତିମ କ୍ଷଣରେ ଚତୁର୍ଥ ସ୍ଥାନ ହାସଲ କରିବାରେ ସମର୍ଥ ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପ୍ରଥମ କ୍ବାର୍ଟର ରେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା। ସୌଭାଗ୍ୟବଶତ ଗୋଲୀ ସାବିତା ପୁନିଆ ଏହାକୁ ଅଟକାଇବାରେ ସଫଳ ହୋଇଥିଲେ ।

Leave a Reply

Your email address will not be published. Required fields are marked *