ଗଣିଆ ଗୋଷ୍ଠୀ ସ୍ୱାଥ୍ୟକେନ୍ଦ୍ର ପରିସରରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ନୟାଗଡ଼ – ୦୩/୦୮(ଶ୍ରୁମି) ଗଣିଆ ଗୋଷ୍ଠୀ ସ୍ୱାଥ୍ୟକେନ୍ଦ୍ର ମିଟିଙ୍ଗ ହଲରେ ଡେଙ୍ଗୁ ସଚେତନତା ପ୍ରସଙ୍ଗ ଉପରେ ଜାତୀୟ ସ୍ୱାଥ୍ୟ ମିଶନ ଆୟୋଜିତରେ ଏକ ଆଭାସୀ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ମଧୁସୂଦନ ଦାସଙ୍କ ପୈାରହିତ୍ୟରେ ବିପିଏମ ତୁଷାର ରଞ୍ଜନ ସାହୁ ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ ଗଣିଆ ମଣ୍ଡଳଉନ୍ନୟନ ଅଧିକାରୀ ସିରିୟାଲ ଶୁଭ୍ର ପଟେଲ ଯୋଗ ଦେଇ ଡେଙ୍ଗୁ ରୋଗର ଲକ୍ଷଣ ଓ ଏହି ରୋଗର ବାହକ ଭୂତାଣୁ ବିଷୟରେ ସୂଚନା ପ୍ରଦାନ କରିବା ସହିତ ବ୍ୟକ୍ତିଗତ ସ୍ତରରେ କିପରି ସଚେତନତା ମାଧ୍ୟମରେ ରୋଗରୁ ସୁରକ୍ଷା ମିଳିପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ସଂମାନିତ ଅତିଥିଭାବେ ଶିଶୁ ସୁରକ୍ଷା ଅଧିକାରିଣୀ ସୌଦାମିନୀ ପଣ୍ଡା ,ପି ଏଚ ଇଓ କମଳା ମହାରଣା ଯୋଗଦେଇ ଡେଙ୍ଗୁର ବିଭିନ୍ନ ଲକ୍ଷଣ, ଏହି ରୋଗର ପ୍ରକାର ଭେଦ, ଚିକିତ୍ସା ପଦ୍ଧତି ଓ ଉପଚାର ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଡେଙ୍ଗୁ ରୋଗର ଭୂତାଣୁ ଏଡିସ୍ ମଶାର ବଂଶ ବୃଦ୍ଧିକୁ କିପରି ରୋକାଯାଇ ପାରିବ, ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ସଚେତନତା ଓ ସତର୍କତା ମାଧ୍ୟମରେ କିପରି ଏହି ରୋଗରୁ ସୁରକ୍ଷା ମିଳିପାରିବ ରାଜ୍ୟ ତଥା ଜିଲ୍ଲାରେ ପ୍ରଶାସନିକ ସ୍ତରରେ ଏହି ରୋଗକୁ ପ୍ରତିହତ କରିବା ପାଇଁ କ’ଣ କ’ଣ ପଦକ୍ଷେପ ନିଆ ଯାଇଛି ସେ ସମ୍ପର୍କରେ ମୁଖ୍ୟ ଅତିଥି ଓ ଡାକ୍ତର ମଧୁସୂଦନ ଦାଶ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଗଣିଆ ଉନ୍ନୟନ କମିଟିର ସମ୍ପାଦକ ଆନନ୍ଦ ଚନ୍ଦ୍ର ବେହେରା ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବାସହ ଏହିଭଳି ଅନେକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛତ୍ରୀ ତଥା ସ୍ୱେଚ୍ଛାସେବୀମାନଙ୍କ ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯାଇପାରିଛି ବୋଲି ମତବ୍ୟକ୍ତ କରିଥିଲେ ।ଆଗାମୀ ୧୩ତାରିଖ ଶୁକ୍ରବାର ଦିନ ବ୍ଲକର ସମସ୍ତ ସରକାରୀ ବିଭାଗ କର୍ମଚାରୀ ,ସ୍ବେଛାସେବୀ ଓ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ଵଛତା କାଯ୍ୟକ୍ରମ ଆରମ୍ଭ ହେବ ବୋଲି ବିଡ଼ିଓ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଡକଟା ସରପଞ୍ଚ ବୀରକିଶୋର ଜେନା କରଡ଼ାପଡା ସରପଞ୍ଚ ବେଣୁଧର ଦାଶ , ଗଣିଆ ଶିଶୁରାଇଜର ସମ୍ପାଦକ ସରୋଜ କୁମାର ଦାଶଙ୍କ ସମେତ ସ୍ବାଥ୍ୟ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *