ଦୀର୍ଘ ସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ

ଭବାନୀପାଟଣା ୦୫/୮(ଶ୍ରୁମି) କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ପାଷ୍ଟିକୁଡି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ବୋରିଂପଦର କଲ୍ୟାଣ ମଣ୍ଡପ ପରିସରରେ ଗୁରୁବାର ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସର୍ବ ପ୍ରଥମେ ବିଘ୍ନ ଵିନାଶ ଶ୍ରୀ ଗଣେଶ ଙ୍କର ପ୍ରତିମୂର୍ତ୍ତି ରେ ଦୀପ ପ୍ରଜ୍ବଳନ କରି ଅତିଥିମାନେ ଶୁଭାରମ୍ଭ କରା ଯାଇଥିଲା।
କେସିଙ୍ଗା ସହରର ୧୨ ଟି ୱାର୍ଡ ରେ ୧୫ ହଜାର ୧୨୧ ଟି ମଶାରୀ ବଣ୍ଟନ ପାଇଁ ଧାର୍ଯ୍ୟ କରାଯାଇଛି। କେସିଙ୍ଗା ସହର ରୱାର୍ଡ ୮ ରେ ୨୦୫୦ ଟି ମାଶାରୀ ବଣ୍ଟନ କରା ଯାଇଥିଲା।
ଏହି କାଯ୍ୟକ୍ରମ ରେ ଜିଲା ପରିଷଡ଼ ଅଧ୍ୟକ୍ଷ ନମିତାରଣୀ ସାହୁ କରକମଲେ ମଶାରୀ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରା ଯାଇ ମଶାରୀ ବଣ୍ଟନ କରା ଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର,ପାଷ୍ଟିକୁଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଶାନ୍ତନୁ କୁମାର ଜେନା, କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ସୁବାଷ ଚନ୍ଦ୍ର ବେହେରା,ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ବିଧାୟକ ଙ୍କ ପ୍ରତିନିଧି ବଂଶୀପାଣି ସାହା,ବି.ପି.ଏମ୍.ବିଶ୍ୱ ମୋହନ ଠାକୁର, ରୁନି ରାଉତ,ସୁଦେଶ ପଣ୍ଡା,ଦେବାଶିଷ ଭୋଇ,ପ୍ରମୂଖ ଏହି କାର୍ଯ୍ୟକ୍ରମ ରେ ସହ ଯୋଗ କରିଥିଲେ।
କେସିଙ୍ଗା ମେଡ଼ିକାଲ ଅଫିସର କଣ କହୁଛନ୍ତି ଶୁଣି ନେବା

Leave a Reply

Your email address will not be published. Required fields are marked *