ମହିଳା ହକି ଟିମ ପାଇଁ ଦେଶ ଗର୍ବିତ ; ଆମର ଲଢୁଆ ପ୍ରଦର୍ଶନ ନୂଆ ଭାରତର ଆତ୍ମାକୁ ପ୍ରତିଫଳିତ କରିଛି : ମୋଦୀ

ଟୋକିଓ ୦୬/୮(ଏଜେନ୍ସି) ଶୁକ୍ରବାର ଦିନ ଟୋକିଓରେ ଅଲମ୍ପିକରେ ବ୍ରୋଞ୍ଜ ମେଡାଲ ପାଇଁ ମ୍ୟାଚରେ ଉଚ୍ଚକୋଟୀର ଲଢୁଆ ଖେଳ ପ୍ରଦର୍ଶନ କରିବା ସତ୍ତ୍ବେ ଗ୍ରେଟ ବ୍ରିଟେନ ଠାରୁ ୩-୪ ଗୋଲରେ ପରାସ୍ତ ହୋଇ ଭାରତୀୟ ମହିଳା ହକି ଦଳ ପ୍ରଥମ ଅଲିମ୍ପିକ ପଦକ ହାସଲ କରିବାର ସ୍ୱପ୍ନ ପୂରଣ କରିପାରିନାହିଁ । କିନ୍ତୁ ଖେଳ ସମାପ୍ତ ହେବାର ତୁରନ୍ତ ପରେ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀ ସାବାସୀ ଜଣାଇଛନ୍ତି । ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳର ପ୍ରଦର୍ଶନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ କହିଛନ୍ତି ଯେ ଆମେ ଏକ ପଦକରୁ ଅଲ୍ପକେ ବଞ୍ଚିତ ହୋଇଛେ କିନ୍ତୁ ଏହି ଲଢୁଆ ପ୍ରଦର୍ଶନ ନୂତନ ଭାରତର ଆତ୍ମାକୁ ପ୍ରତିଫଳିତ କରିଛି । ସମଗ୍ର ଦେଶ ମହିଳା ହକି ଟିମ ପାଇଁ ଗର୍ବିତ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *