ସେମୀରେ ପ୍ରବେଶ କରି କୁସ୍ତିରେ ଭାରତକୁ ଦ୍ବିତୀୟ ମେଡାଲ ଆଶା ଦେଲେ ବଜରଙ୍ଗ ପୁନିଆ

ଟୋକିଓ ୦୬/୮ (ଏଜେନ୍ସି) ଟୋକିଓ ଅଲମ୍ପିକରେ ଭାରତ ଏ ପର୍ଯ୍ୟନ୍ତ ୫ ଟି ମେଡାଲ ହାସଲ କରିଛି ଯାହାକି ଭାରତର ଅଲମ୍ପିକରେ ୨୦୧୨ ର ଶ୍ରେଷ୍ଠ ପ୍ରଦର୍ଶନ ୬ଟି ମେଡାଲ ଠାରୁ ମାତ୍ର ଗୋଟିଏ କମ ଅଛି । କିନ୍ତୁ ଭାରତର ପଦକ ଅଭିଯାନ ଶେଷ ହୋଇନାହିଁ । ସେମୀରେ ପ୍ରବେଶ କରି ଭାରତକୁ କୁସ୍ତିରେ ଦ୍ବିତୀୟ ମେଡାଲ ଆଶା ଦେଇଛନ୍ତି ରେସଲର ବଜରଙ୍ଗ ପୁନିଆ । ୬୫ କିଲୋଗ୍ରାମ ବର୍ଗର କ୍ବାର୍ଟରଫାଇନାଲରେ ଇରାନର ଘିଆସି ଚେକାଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସ୍ଥାନ ପାଇବା ପାଇଁ ବଜରଙ୍ଗ ବର୍ତ୍ତମାନ ଆଜେରବାଇଜାନର ହାଜି ଆଲିଭଙ୍କ ସହ ମୁହାଁମୁହିଁ ହେବେ । ଏଥିପୂର୍ବରୁ କୁସ୍ତିରେ ରବି ଦହିଆ ଗତକାଲି ଫାଇନାଲରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଥିଲେ । ଯଦି ପୁନିଆ କୌଣସି ପଦକ ପାଇବାରେ ସଫଳ ହୁଅନ୍ତି ତେବେ ଭାରତକୁ ସବୁଠାରୁ ସଫଳତା ଦେଇଥିବା ଗେମ୍ସ କୁସ୍ତି ହିଁ ହେବ । ଚଳିତ ବର୍ଷ କୁସ୍ତିରେ ଭାରତୀୟ ଖେଲାଲୀ ମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସତ୍ତ୍ବେ ଅନେକ ଗୁଡିଏ ମେଡାଲ ଦେଶ ପାଇଁ ଜିତିବାରୁ ଅଲ୍ପକେ ବଞ୍ଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *