ଦେଶରେ ବଢୁଥିବା ହକି ଲୋକପ୍ରିୟତାର ପ୍ରଭାବ, ଖେଳରତ୍ନ ପୁରଷ୍କାରରେ ଆଜିଠୁ ରାଜୀବଙ୍କ ସ୍ଥାନ ନେବେ ଧ୍ୟାନଚାନ୍ଦ

ଟୋକିଓ ୬/୮ (ଏଜେନ୍ସି) ଏଇ ମୁହୂର୍ତ୍ତକୁ ବୋଧେ ଅପେକ୍ଷା କରିଥିଲେ ସମଗ୍ର ଦେଶବାସୀ । ହକିର ଯାଦୁଗର ତଥା ଭାରତକୁ ଅଲମ୍ପିକ ହକିରେ ରେକର୍ଡ ୮ ଥର ସ୍ବର୍ଣ ପଦକ ଦେବାର ସବୁଠାରୁ ଅଧିକ ଶ୍ରେୟ ଯାହାକୁ ଯାଏ ସେଇ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ନାମରେ କେବେ ଦେଶର କ୍ରୀଡାର ସର୍ବୋଚ୍ଚ ସମ୍ମାନ ଖେଳରତ୍ନ ପୁରଷ୍କାର ପ୍ରଦାନ କରାଯିବ । ଏଗଣିତ ଲୋକଙ୍କ ପ୍ରସ୍ତାବ ଓ ମନର ଇପସିତ ଇଛା କୁ ପୂର୍ଣ୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଗୋଟିଏ ପଟେ ଅଲମ୍ପିକରେ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଦମଦାର ପ୍ରଦର୍ଶନ କରି ଗୋଟିଏ ବ୍ରୋଞ୍ଜ ମେଡାଲରେ ସୀମିତ ରହିଥିଲେବି ହକି ପ୍ରତି ଦେଶବାସୀଙ୍କ ଭଲପାଇଵା ସବୁ ସୀମା ପାର କରିଦେଇଛି । ଲୋକେ ଅତୀତର ସେହି ଧ୍ୟାନଚାନ୍ଦଙ୍କ ଅମଳର ସ୍ବର୍ଣିମ ଇତିହାସ କୁ ଫେରିଯାଇଛନ୍ତି ଓ ତାଙ୍କୁ ସ୍ମରଣ କରି ଆଗାମୀ ଦିନରେ ଭାରତର ହକି ପରମ୍ପରାକୁ ଆହୁରି ମଜବୁତ କରିବା ସହ ଭାରତକୁ ପୁଣିଥରେ ହକିର ଚମ୍ପିୟାନ କରିବା ପାଇଁ ମାନସିକ ଭାବରେ ପ୍ରସ୍ତୁତ କରିନେଇଛନ୍ତି । ତେଣୁ ଏହା ଧ୍ୟାନଚାନ୍ଦଙ୍କୁ ସମ୍ମାନିତ କରିବାର ପ୍ରକୃଷ୍ଟ ସମୟ ବୋଲି ମନେକରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ନାମିତ ହୋଇଥିବା ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ଖେଲ ରତ୍ନା ପୁରସ୍କାର ହକି ୱିଜାର୍ଡ ଧାନ ଚାନ୍ଦଙ୍କ ନାମରେ ନାମିତ କରିଛନ୍ତି । ସେ ଏହା ଘୋଷଣା କରିବା ଅବସରରେ କହିଛନ୍ତି ଯେ, ମେଜର ଧ୍ୟାନଚାନ୍ଦଙ୍କ ନାମରେ ଖେଲ ରତ୍ନ ପୁରସ୍କାର ନାମକରଣ କରିବା ପାଇଁ ସେ ଭାରତର ବିଭିନ୍ନ ନାଗରିକଙ୍କଠାରୁ ଅନେକ ଅନୁରୋଧ ପାଇଛନ୍ତି। ସେମାନଙ୍କ ଭାବନାକୁ ସମ୍ମାନ ଜଣାଇ ଖେଲ ରତ୍ନ ପୁରସ୍କାରକୁ ମେଜର ଧ୍ୟାନଚାନ୍ଦ ଖେଲ ରତ୍ନ ପୁରସ୍କାର ବୋଲି କୁହାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

Leave a Reply

Your email address will not be published. Required fields are marked *