କନ୍ଧମାଳ , କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ; ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଫୁଲବାଣୀ ୬/୮ ( ଶ୍ରୁମି) କନ୍ଧମାଳ , କଳାହାଣ୍ଡି ସୀମାନ୍ତ କୁଟିଗୁଡା ଓ ଲେଙ୍ଗୁଡ଼ି ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କୁଇମିଙ୍ଗ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । ଗତ ତିନି , ଚାରି ଦିନ ପୂର୍ବେ ବାରଖମା ଥାନା ଅନ୍ତର୍ଗତ କଳାହାଣ୍ଡି ସୀମାନ୍ତ ସମାଙ୍ଗା ଜଙ୍ଗଲରେ ମାଓବାଦୀ ଚଳ ପ୍ରଚଳ ହେଉଥିବା ନେଇ ସୂଚନା ପାଇଥିଲେ ସୁରକ୍ଷା କର୍ମୀ ସୂଚନା ପରେ ସି.ଆର. ପି.ଏଫ ୧୨୭ ବାଟାଲିୟନ ସେକେଣ୍ଡ ଇନ କମାଣ୍ଡେଣ୍ଟ ମାଉଲି ମୋହନ କୁମାର ଓ ଆସିଷ୍ଟାଣ୍ଟ କମାଣ୍ଡର ସୋମ୍ୟଜିତ ଭକ୍ତଙ୍କ ନେତୃତ୍ୱରେ ସୀମାନ୍ତ ଜଙ୍ଗଲକୁ ତନଖି ଆରମ୍ଭ କରିଥିଲେ । ତନଖି ବେଳେ ଜଙ୍ଗଲରେ ଥିବା କିଛି ମାଓବାଦୀ ଖସି ପଳାଇଥିବା ଜଣାପଡିବା ପରେ ଜଙ୍ଗଲରେ ଏକ ମାଓ କ୍ୟାମ୍ପକୁ ଠାବ କରିଥିଲା ବାଟାଲିୟନ । ଏହି କ୍ୟାମ୍ପରୁ ତିନିଟି ଦେଶୀ ବନ୍ଧୁକ , ଏମୋନୀୟମ ନାଇଟ୍ରେଟ , କିଛି ବିସ୍ଫୋରକ ସାମଗ୍ରୀ , ରେଡ଼ିଓ , ଔଷଧ , ଓ କିଛି ମାଓ ସାମଗ୍ରୀ ଜବତ କରିଥିଲେ । ସୂଚନା ଯୋଗ୍ୟ ଯେ ଜିଲ୍ଲାର ନିର୍ଦ୍ଧିଷ୍ଟ କିଛି ଅଞ୍ଚଳରେ ପ୍ରବଳ ଚୋରା ଗଞ୍ଜେଇ ଚାଷ ହେଉଥିବାରୁ ଏହି ମାଫିଆଙ୍କୁ ସୁରକ୍ଷା ଯୋଗେଇବା ପାଇଁ ପ୍ରତ୍ୟେକ ବର୍ଷ ଏହି ସମୟରେ ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଜାହିର କରୁଥିବା ନେଇ ଆଲୋଚନା ହେଉଛି । ଏନେଇ ସୂଚନା ଦେଇ ସି.ଆର.ପି.ଏଫ ୧୨୭ ବାଟାଲିୟନ କମାଣ୍ଡେଣ୍ଟ ଆନନ୍ଦ ଝା ଆଗକୁ ଏହଭଳି ଅପରେସନକୁ ଜୋର ଜାର କରାଯିବା ନେଇ ମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *