ଆଖି ବୁଜିଦେଲା ମାଇ ହାତୀ ; କାମ ଦେଲାନି ମଣିଷର ସେବା

କେନ୍ଦୁଝର ୭/୯ (ଶ୍ରୁମି) କେନ୍ଦୁଝର ବିଜେପି ବନାଞ୍ଚଳର ବିଜେପି ରେଞ୍ଜ ବା ଭୂୟାଁ ଜୁଆଙ୍ଗ ପୀଢ ରେଞ୍ଜର ତଳଚମ୍ପେଇ ଜୁଆଙ୍ଗ ସାହି ନିକଟସ୍ଥ ଜଙ୍ଗଲରୁ ଠାବ ହୋଇଥିଲା ଅସୁସ୍ଥ ମାଈ ହାତୀ । ହାତୀ ମାନଙ୍କ ମଧ୍ୟରେ ଲଢେ଼ଇ କାରଣରୁ ୫୦ ମିଟର ଉପରୁ ପାହାଡ଼ ତଳକୁ ଖସି ପଡି ଗୁରୁତର ଅସୁସ୍ଥ ଥିଲା ମାଇ ହାତୀ ଟି। ଶୁକ୍ରବାର ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ବନବିଭାଗ ର ଉଦ୍ଧାର କାରୀ ଦଳ ଓ ଡାକ୍ତରୀ ଦଳ । ବନ ବିଭାଗର ଅକ୍ଲାନ୍ତ ପରିଶ୍ରମ ସତ୍ୱେ ଆଜି ଶନିବାର ସକାଳୁ ମୃତ୍ୟୁ ବରଣ କରିଛି ହାତୀଟି । ହାତୀ ଟି ଅସୁସ୍ଥ ହୋଇ ପଡିଥିବା ବେଳେ ତାକୁ ଦେଖିବା ପାଇଁ ଗ୍ରାମବାସୀ ରୁଣ୍ଡ ହୋଇଥିଲେ ଓ ହାତିଟିର ଆଶୁ ଆରୋଗ୍ୟ କାମନା ମଧ୍ୟ କରି ଥିଲେ । ତେବେ ମଣିଷ ର ସେବା ସୁଶ୍ରୁଶା କାମ ଦେଇନି ଶେଷରେ ମାଇ ହାତୀ ଟି ଜୀବନ ହାରିଦେଇଛି ।

Leave a Reply

Your email address will not be published. Required fields are marked *