ସାନ ଭଉଣୀ କୁ ହତ୍ୟା କରି ବଡ଼ ଭଉଣୀ ର ଆତ୍ମହତ୍ୟା


କେନ୍ଦୁଝର୮/୮( ଶ୍ରୁମି) କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ରବିବାର ସନ୍ଧ୍ୟାରେ ଗୋଟିଏ ପରିବାରର ଦୁଇ ଭଉଣୀ ଙ୍କ ମୃତ୍ୟୁ ହୋଇଛି।ବଡ଼ ଭଉଣୀ,ସାନ ଭଉଣୀକୁ ହାଣି ନିଜେ ଫ୍ୟାନ ରେ ଝୁଲି ଆତ୍ମହତ୍ୟା କରିଛି ।ଘଟଣା ରୁ ପ୍ରକାଶ ଯେ ଏହି ଗ୍ରାମର ଭିକାରୀ ଦେହୁରୀ ତାଙ୍କ ସ୍ତ୍ରୀ ଜେମା ଦେହୁରୀଙ୍କ ସହ ବିଲକୁ କାମ କରିବାକୁ ଯାଇ ସନ୍ଧ୍ୟା ସମୟରେ ଘରକୁ ଫେରିବା ପରେ ଗୋଟିଏ ଘର ଭିତରୁ କବାଟ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ।କବାଟ ଭାଙ୍ଗି ଦେଖିବା ପରେ ସାନ ଝିଅ ଋକ୍ମୁଣି ଦେହୁରୀ(୧୪)ର ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ବେଳେ ବଡଝିଅ କ୍ଷୀରମଣୀ ଦେହୁରୀ(୧୭)ଫ୍ୟାନ ରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ।ସାନ ଭଉଣୀ କୁ ହତ୍ୟା କରି ବଡ ଭଉଣୀ ଆତ୍ମହତ୍ୟା କରିଥିବା ଜଣାଯାଇଛି।ପୋଲିସ ଘଟଣା ର ଅନୁସନ୍ଧାନ ଚଳାଇଛି।

Leave a Reply

Your email address will not be published. Required fields are marked *