ସମ୍ବଲପୁର ଜିଲ୍ଲାର କାଇଁଶିର,କୁଚିଣ୍ଡା ଓ ରେଢ଼ାଖୋଲଠାରେ ଇନଡୋର ଷ୍ଟାଡିୟମର ନିର୍ମାଣ ନିଷ୍ପତ୍ତି କୁ ବିଜୁ ଯୁବ ଜନତା ଦଳର ସ୍ବାଗତ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି କ୍ରମେ ସାରା ରାଜ୍ୟରେ କ୍ରୀଡା ଭିତ୍ତିଭୂମିର ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି।   ସାରା ରାଜ୍ୟରେ ୮୯ଗୋଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣକୁ କ୍ୟାବିନେଟ୍ ସ୍ଵୀକୃତି ପ୍ରଦାନ କରି ମୋଟ ୬୯୩.୩୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି କ୍ରମରେ ସମ୍ବଲପୁର ଜିଲ୍ଲାର ତିନୋଟି ଯାଗା ଯଥା କାଇଁଶିର, ରେଢ଼ାଖୋଲ ଓ କୁଚିଣ୍ଡାଠାରେ ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ କୁ ମଞ୍ଜୁରୀ ପ୍ରଦାନ କରିଥିବାରୁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଛି। ଏହି ଷ୍ଟାଡିୟମ ନିର୍ମାଣ ହେବା ଦ୍ବାରା କ୍ରୀଡା କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ବହୁବିଧ ବିକାଶ ସମ୍ଭବ ହେବା ସହିତ ଜିଲ୍ଲା ଏବଂ ରାଜ୍ୟ ସ୍ତରର ଖେଳାଳି ଉପକୃତ ହେବେ । ବିଜୁ ଯୁବ ଜନତା ଦଳ ସମ୍ବଲପୁର ତରଫରୁ ଏହି ପ୍ରେସ ବିବୃତି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି। ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ହିରାଲାଲ ବେହେରା, ରାଜ୍ୟ ସମ୍ପାଦକ ମନୋଜ ମହାପାତ୍ର,  ରାଜ୍ୟ ସମ୍ପାଦକ ଧର୍ମରାଜ୍ ମରେଈ, ସମ୍ବଲପୁର ଜୋନ୍ ସଭାପତି ଦେବାଶିଷ ପରିଡ଼ା ଓ ଜିଲ୍ଲା ଡିଜିଟାଲ ସେକ୍ରେଟାରୀ ଚିତ୍ତ ରଞ୍ଜନ ରାଉଳ, ଜିଲ୍ଲା ସମ୍ପାଦକ ମଞ୍ଜୁ ଓରାମ, ଜିଲ୍ଲା ସମ୍ପାଦକ ଶେଖ୍ ଆରିଫ୍ ପ୍ରମୁଖ ମିଳିତ ଭାବେ ଏହି ପ୍ରେସ୍ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *