ରାଜ୍ୟ ସରକାର ମହିଳାମାନଙ୍କୁ ବିକାଶ ନାମରେ ଭୋଟରାଜନୀତିରେ ବ୍ୟବହାର କରୁଛନ୍ତି: ସ୍ମୃତି ପଟ୍ଟନାୟକ


କେନ୍ଦ୍ରାପଡ଼ା ୧୩/୮:(ଶୃୃୃତି ମେଡିିିଆ) -ଭାରତୀୟ ଜନତା ପାର୍ଟି, କେନ୍ଦ୍ରାପଡ଼ା ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଇଚ୍ଛାପୁର ସ୍ଥିତ ଯାତ୍ରୀନିବାସ ରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରିୟଦର୍ଶିନୀ ନନ୍ଦଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକରିଣୀ ବୈଠକରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଯୋଗଦେଇ ବିଜେଡି ସରକାର ମହିଳାମାନଙ୍କୁ କେବଳ ଭୋଟ ପାଇଁ ବ୍ୟବହାର କରୁଛି।ମିଶନ ଶକ୍ତି ନାମରେ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ ନିଜ ନାମରେ ପ୍ରଚାର କରି ମିଛରେ ବାହାବା ନେଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ମାନଙ୍କ ବିକାଶ ପାଇଁ ଉଜ୍ୱଳା ଯୋଜନା, ଘରୋଇ ଶୈ।ଚାଳୟ,ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ପ୍ରଦାନ କରି ମହିଳା ମାନଙ୍କୁ ପ୍ରକୃତ ସମ୍ମାନ ଦେଇଛନ୍ତି।ଆଗାମୀ ପଞ୍ଚାୟତ ନିର୍ବାଚନ ଓ ପୈ।ର ନିର୍ବାଚନରେ ମହିଳାମାନେ ସମ୍ପୂର୍ଣ ପ୍ରସ୍ତୁତ ହୋଇ ମୈଦାନକୁ ଓହ୍ଲାଇବାକୁ ଆହ୍ୱ।ନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କାନନ ବାଳା ପଟ୍ଟନାୟକ, ରାଜ୍ୟ ସମ୍ପାଦିକା ଜୟଲକ୍ଷ୍ମୀ ମହାନ୍ତି, ବରିଷ୍ଠ ନେତା ବିଜୟ ପ୍ରଧାନ, ସୁନାକର ବେହେରା,ବିଷ୍ଣୁ ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ପ୍ରଭାରୀ ପ୍ରତିମା ନାୟକ, ଜିଲ୍ଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା, ଡେରାବିଶ ବ୍ଲକର ଉପାଧ୍ୟକ୍ଷା ରଶ୍ମିତା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ମୟୀ ସାମଲ ପ୍ରମୁଖ ଯୋଗଦେଇ ମହିଳାମାନେ ସ୍ୱ।ବଲମ୍ବୀ ଓ ସୁସଂଗଠିତ ହୋଇ ତୃଣମୂଳ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ମତବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଉପିନ କୁମାର ରାଉତ,ସାଧାରଣ ସମ୍ପାଦକ ସରୋଜ କାନ୍ତ ନାୟକ, ଶଶାଙ୍କ ଶେଖର ସେଠୀ,ଅଭିମନ୍ୟୁ ଗୋଛାୟତ,ଜିଲ୍ଲା ସମ୍ପାଦକ ଅମିତାଭ ସୁଆର, ବିକ୍ରମାଦିତ୍ୟ ସାହୁ,ବରିଷ୍ଠ ନେତା ନୃସିଂହ ପତ୍ରି, କୃଷକ ମୋର୍ଚ୍ଚା ସଭାପତି ରଂଜିତ ଆଚାର୍ଯ୍ୟ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ବୁରହ।ନ ଅଲ୍ଲୀ, ମିଡ଼ିଆ ପ୍ରମୁଖ ନେହେରୁ ସାହୁ, ଆଇଟି ପ୍ରମୁଖ ମୁକ୍ତିକାନ୍ତ ସ୍ୱାଇଁ, ମଣ୍ଡଳ ସଭାପତି ବିଶ୍ଵକାନ୍ତ ନନ୍ଦ, ରାଜେନ୍ଦ୍ର ସାମଲ, ପ୍ରଶାନ୍ତ ସେଠୀ, ଅଶୋକ ସାହୁ, ସୁରେନ୍ଦ୍ର ମଳିକ,ଲକ୍ଷ୍ମୀକାନ୍ତ ସାହୁ ପ୍ରମୁଖ ନେତୃମଣ୍ଡଳୀ ଯୋଗ ଦେଇଥିଲେ l ଉକ୍ତ ବୈଠକ କୁ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଉଷାରାଣୀ ମିଶ୍ର ଅତିଥି ପରିଚୟ ଓ ମଞ୍ଚ ପରିଚାଳନା,ମୀନତି ମହାନ୍ତି ରାଜନୈତିକ ଚିଠା ପ୍ରସ୍ତାବ ଆଗତ ଓ ସୁନିତା ବଳ ବିବରଣୀ ପାଠ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସରୋଜିନୀ ଦାସ, ରଶ୍ମିତା ସାହୁ,ସରସ୍ବତୀ ବେହେରା,ବନ୍ଦନା ରାଣୀ ରାଉତରାୟ, ସୁଧାଂଶୁ ବାଳା ପ୍ରଧାନ, ମଞ୍ଜୁଲତା ମଳିକ,ବଉଳ ମଳିକ,ଲିଜାରାଣୀ ଦାସ,ସଂଯୁକ୍ତା ରାଉତ ପ୍ରମୁଖ ସହଯୋଗ କରିଥିଲେ lପରିଶେଷରେ ସାଧାରଣ ସଂପାଦିକା କବିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *