ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟ ଖେଳାଳି ମଧ୍ୟରୁ ଜଣେ – ଆରୋନ ଫିଂଚ
ସିଡନୀ : ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ଶ୍ରେଷ୍ଠ ଏକଦିବସୀୟ ଖେଳାଳି ମାନଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଓପନର ତଥା ଏକଦିବସୀୟ ଟିମର ଅଧିନାୟକ ଆରୋନ ଫିଂଚ. ତାଙ୍କ ମତରେ ବିରାଟ କୋହଲି ସର୍ବଦା ଖେଳ ଭିତରେ ନିଜକୁ ରଖିଥାନ୍ତି. ଏହା ସହ ସର୍ବଦା ମ୍ୟାଚ ଜିତିବାର ଇଚ୍ଛା ନେଇ ଖେଳିଥାନ୍ତି. ଯେଉଁଭଳି ବିରାଟ ଏକାଧିକ ରେକର୍ଡ କରିଛନ୍ତି. ସେ ବିଶ୍ୱର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ମାନଙ୍କ ମଧ୍ଯରୁ ଜଣେ. ଏହା ସହ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ସିରିଜ ଖେଳିବାକୁ ଯେଉଁ ଭାରତୀୟ ଦଳ ଆସିଛି ତାହା ସମସ୍ତ ବିଭାଗରେ ବେଶ ଶକ୍ତିଶାଳୀ ବୋଲି ଫିଂଚ କହିଛନ୍ତି. ଆସନ୍ତାକାଲି ଠାରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚ ସିଡନୀ କ୍ରିକେଟ ଷ୍ଟାଡିଅମରେ ଖେଳାଯିବ.