ସ୍ୱାସ୍ଥ୍ୟ ବିଭାଗ ଓ ପୁରୁଣା ବସ୍ତି ନବଯୁବକ ସଂଘ ମିଳିତ ଉଦ୍ୟମରେ କୋଭିଡ ଟିକାକରଣ

ଝାରସୁଗୁଡ଼ା ତା ୨୩-୮-୨୧ ( ଶ୍ରୁମି). ଆଜି ସ୍ୱାସ୍ଥ୍ୟ ବିଭାଗ ଓ ପୁରୁଣା ବସ୍ତି ନବଯୁବକ ସଂଘ ମିଳିତ ଉଦ୍ୟମରେ ଏକ କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶ୍ରୀ ବିକାଶ ଚନ୍ଦ୍ର ଦାସ ଆରକ୍ଷୀ ଅଧିକ୍ଷକ ଝାରସୁଗୁଡ଼ା ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଯୋଗୀନ୍ଦ୍ର ମାଝୀ ଓ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଅତିଥି ରୂପେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ଶ୍ରୀ ଅଶୋକ କୁମାର ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ହରିଶ୍ ଗଣତ୍ରା ପୂର୍ବତନ ନଗରପାଳ ସଭା ପରିଚାଳନା କରିଥିଲେ। ଏହି ସଭାରେ ୨ଜଣ ଏ.ଏନ୍.ଏମ୍ , ୧୩ ଜଣ ଅଙ୍ଗନବାଡି କର୍ମୀ ,୧୨ ଜଣ ଆଶାକର୍ମୀଙ୍କୁ କୋଭିଡ-୧୯ ସମୟରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିଥିବାରୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦିଆଯାଇ ସମ୍ମାନିତ କରାଯାଇଥିଲା। ଡଃ ହୃଷିକେଶ ନାଏକ ଏ.ଏମ.ଓ ଝାରସୁଗୁଡ଼ା କୋଭିଡ ହସ୍ପିଟାଲ ଙ୍କୁ ତାଙ୍କର ଉତ୍ତମ ସେବା ପ୍ରଦାନ ନିମନ୍ତେ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨ଜଣ ସ୍ୱେଚ୍ଛାସେବୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଆଜିର ଏହି ଶିବିରରେ ୨୧୭ ଜଣଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ମଧ୍ୟ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋରଞ୍ଜନ ମହାପାତ୍ର/ଶ୍ରୀ ନରେଶ ଶତପଥୀ/ ଶ୍ରୀ ପ୍ରବୋଧ ପଣ୍ଡା/ଶ୍ରୀ ଲିଙ୍ଗରାଜ ମହାପାତ୍ର/ଶ୍ରୀ ସୈାରଭ ପଣ୍ଡା/ଶ୍ରୀ ଦେବେନ୍ଦ୍ର ମହାପାତ୍ର/ଶ୍ରୀ ଆଲୋକ ପଣ୍ଡା /ଶ୍ରୀ ଚିନ୍ମୟ ପଣ୍ଡା/ଶ୍ରୀ ତପନ ପାଣ୍ଡେ/ବରିଷ୍ଠ ଆଇନଜୀବି ଶ୍ରୀ ରଘୁମଣୀ ପଟେଲ/ସ୍ୱେଜଲ୍ ପ୍ରଧାନ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Leave a Reply

Your email address will not be published. Required fields are marked *