ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତ୍ତିକୁ ବିରୋଧ କଲା ଯୁବ ଛାତ୍ର ବିଜେଡି

ସମ୍ବଲପୁର,୨୭/୦୮/୨୧(ଶ୍ରୁ.ମି)
ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବଲପୁର ଯୁବ ଛାତ୍ର ବିଜେଡିର ଆନ୍ଦୋଳନ । ସମ୍ବଲପୁରସ୍ଥିତ ପୁରୁଣା ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯାହାର ପ୍ରତିବାଦରେ ମୁଣ୍ଡ ଟେକିଛି ଏହି ଆନ୍ଦୋଳନ । ଦୂରଦର୍ଶନ କେନ୍ଦ୍ର ବନ୍ଦ ନିଷ୍ପତ୍ତିକୁ ପ୍ରତିବାଦ କରିବା ସହ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦେଇଛି ଯୁବଛାତ୍ର ବିଜେଡି ।1978 ମସିହାରେ ସମ୍ବଲପୁରର ସ୍ଥାପନ ହୋଇଥିଲା ଏହି ଦୂରଦର୍ଶନ କେନ୍ଦ୍ର । ହେଲେ ବର୍ତ୍ତମାନ ଦୂରଦର୍ଶନ କେନ୍ଦ୍ରର ଯନ୍ତ୍ରପାତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ସହ ଏହାର କର୍ମଚାରୀମାନଙ୍କୁ ବଦଳି କରାଯାଉଛି ଏବଂ ପଦବୀଗୁଡିକୁ ଖାଲି କରାଯାଉଥିବା ଅଭିଯୋଗ କରିଛି ବିଜେଡି । ମାତ୍ର ଏହାକୁ ବନ୍ଦ ହେବାକୁ ଦିଆଯିବନି ବୋଲି କହିଛି ଦଳ । ଯାହାକୁ ନେଇ ଆଜି ସମ୍ବଲପୁର ଯୁବଛାତ୍ର ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ଜିଲ୍ଲା ଯୁବ ବିଜେଡି ସଭାପତି ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାନ୍ତ ମହାନ୍ତି, ପୂର୍ବତନ ବିଧାୟିକା ରାସେଶ୍ବରି ପାଣିଗ୍ରାହୀ ସମେତ ବହୁ ନେତା ଓ କର୍ଯ୍ୟକର୍ତ୍ତା ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *