ଜିଲ୍ଲାପାଳଙ୍କ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ : ମହୁଲପାଲୀ ମେଗା ଲିଫ୍ଟରୁ ଚାଷୀଙ୍କୁ ଯଥାଶୀଘ୍ର ପାଣି ଦେବାକୁ ପ୍ରତିଶ୍ରୁତି

ଝାରସୁଗୁଡ଼ା ୨୮/୦୮- ଝାରସୁଗୁଡ଼ାଜିଲ୍ଲାପାଳ ସରୋଜ କୁମାର ସାମଲ ଆଜି ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସାମଲ ପଲସଦା ଓ କନକତୋରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଚିକିତ୍ସା ସେବା , ରୋଗୀମାନଙ୍କୁ ଔଷଧ ବିତରଣ ଓ ସ୍ୱାବ ସଂଗ୍ରହ ବିଷୟରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ମରୁଡ଼ି ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ କେତେ ଅଂଚଳ ମରୁଡ଼ି ଦ୍ୱାରା ପ୍ରଭାବିତ ହୋଇଛି ତାହାର ଆକଳନ ପାଇଁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି କଣ୍ଢେଇକେଲା ସୁଖାସୋଡ଼ା ଆର ଡି ରୋଡ଼ ବୁଲି ଦେଖିବା ସହ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ରାସ୍ତା କାମ ଯେପରି ନିର୍ଦ୍ଧାରିତ ସମୟ ମଧ୍ୟରେ ଏବଂ ଉନ୍ନତମାନର ହେବ ସେଥି ପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମହୁଲପାଲି ସ୍ଥିତ ମେଗା ଲିଫ୍ଟ ପଏଣ୍ଟ ଓ ମହାନଦୀ ଉପରେ ନିର୍ମାଣାଧୀନ ବ୍ରିଜ ପରିଦର୍ଶନ କରିଛନ୍ତି । ସ୍ଥାନୀୟ ଅଞ୍ଚଳର ଅଧିବାସୀ ମେଗା ଲିଫ୍ଟ ପଏଣ୍ଟରୁ ଜମିକୁ ଆବଶ୍ୟକୀୟ ପାଣି ମାଡୁ ନ ଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲାପାଳ ଉପସ୍ଥିତ ଜଳସେଚନ ବିଭାଗ ଓ ବିଦ୍ୟୁତ ବିଭାଗ ଅଧିକାରୀଙ୍କୁ ଯଥା ଶୀଘ୍ର ସମସ୍ୟା ଦୂରୀକରଣ ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ପଞ୍ଚ ଗାଁ ଲୋକ କଳା ଗ୍ରାମର ଉନ୍ନତି କରଣ ସକାଶେ ବିନିଯୋଗ ଅର୍ଥ ସମ୍ପର୍କରେ ସମୀକ୍ଷା କରି ଯଥା ଶୀଘ୍ର କାର୍ଯ୍ୟ ସମ୍ପନ୍ନ ପାଇଁ ବ୍ଲକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠିଗୁଡିକ ଛତୁ ଚାଷ ଓ ବିହନ ପ୍ରସ୍ତୁତ ସକାଶେ କିପରି କାର୍ଯ୍ୟକ୍ରମ ହାତକୁ ନେଇ କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ମଚିଦା ଠାରେ ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ସହ ଆଲୋଚନା କରିଥିଲେ । ଅଢ଼ାପଡ଼ା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ଉନ୍ନତିକରଣ ସକାଶେ ଚାଲୁ ରହିଥିବା କାର୍ଯ୍ୟ ବୁଲି ଦେଖିବା ସହ
କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସୋଲଡିଆଠାରେ ଡି ଏମ୍ ଏଫ ଓ ବନ ବିଭାଗ ସହାୟତାରେ ହିତାଧିକାରୀମାନଙ୍କ ଦ୍ୱାରା ଫଳ ଓ ପନି ପରିବା ଉତ୍ପାଦନ ଦିଗରେ ଚାଲୁ ରହିଥିବା କାର୍ଯ୍ୟ ବୁଲି ଦେଖିବା ସହ ଗଛର ସୁରକ୍ଷା ପାଇଁ ଉପଯୁକ୍ତ ଭାବରେ ତାରଜାଲି ଲଗାଇବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଜିଲ୍ଲା କୃଷି ଅଧିକାରୀ , ଲଖନପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , ସହାୟକ ଉଦ୍ୟାନ କୃଷି ଅଧିକାରୀ ରାଜ କୁମାର ସେଠୀ , ଡି ଏମ୍ ଏଫ ଟେକନିକାଲ ମ୍ୟାନେଜର ଗୋପାଳ ଚନ୍ଦ୍ର ମହାପାତ୍ର , ଏ ସି ଏଫ ସସ୍ମିତା ସାହୁ , ରେଞ୍ଜର ସୁବାସ ମହାପାତ୍ର ସ୍ଥାନୀୟ ସରପଞ୍ଚ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *