ନୂଆଁଖାଇ ଦିନେ +୩ ଆଡମିସନ କେ ବିରୋଧ କଲା ପଶ୍ଚିମାଞ୍ଚଲ ଏକତା ମଞ୍ଚ


ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସମଗ୍ର ବିଶ୍ୱ ଭିନ୍ନ ଭିନ୍ନ ସ୍ଥାନରେ ରହୁଥିବା ପଶ୍ଚିମାଞ୍ଚଳବାସୀ ନବାନ୍ନ ପ୍ରସାଦ ଗ୍ରହଣ କରିବେ । ପଶ୍ଚିମାଞ୍ଚଳ ର ଚାଷ ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ପାଳନ କରିବା ପାଇଁ ଲୋକେ ଯେତିକି ଉତ୍ସାହିତ ପୂର୍ବପ୍ରସ୍ତୁତି ରେ ସେତିକି ବ୍ୟସ୍ତ ମଧ୍ୟ ।
ଏହି ପର୍ବ ଟି ର ଯେତିକି ପୌରାଣିକ ମହତ୍ତ୍ୱ ରହିଛି ସେତିକି ସାମାଜିକ ଗୁରୁତ୍ୱ ମଧ୍ୟ ରହିଛି । ବର୍ଷର କେତୋଟି ପ୍ରମୁଖ ପର୍ବ ଯେଉଁଥିରେ ପରିବାର ର ଏକତ୍ରିତ ହୋଇ ପୂଜା ଅର୍ଚ୍ଚନା କରିବା ସହିତ ଉତ୍ସବ ପାଳନ କରନ୍ତି ସେଥି ମଧ୍ୟରୁ ନୂଆଁଖାଇ ଅନ୍ୟତମ । ପଶ୍ଚିମାଞ୍ଚଳ ର ବହୁତ ଲୋକ ଦେଶ ଓ ରାଜ୍ୟ ର ବିଭିନ୍ନ ସ୍ଥାନରେ ରୋଜଗାର ପାଇଁ କିମ୍ବା ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ବସବାସ କରୁଛନ୍ତି । ନୂଆଁଖାଇ କୁ ପାଳନ କରିବା ପାଇଁ ଦେଶ ବିଦେଶରେ ରାହୁଥୁବା ପଶ୍ଚିମାଞ୍ଚଳବାସୀ ନିଜ ନିଜ ଘରକୁ ଆସିଥାନ୍ତି ଓ ଘରେ ପରିବାର ର ଏକତ୍ରିକାରଣ ହୋଇଥାଏ ଓ ଆନନ୍ଦ ଉତ୍ସହ ର ସହିତ ଏହି ଉତ୍ସବ ଟିକୁ ପାଳନ କରିଥାନ୍ତି ।
କିନ୍ତୁ, ପ୍ରତ୍ୟେକ ବର୍ଷ ଠିକ ଏହି ସମୟରେ ରାଜ୍ୟ ସରକାର ଙ୍କର କୌଣସି ନା କୌଣସି ବିଭାଗ କିଛି ନା କିଛି କାର୍ଯ୍ୟକ୍ରମ ରଖୁଛନ୍ତି ଯାହା କି ଅଞ୍ଚଳବାସୀ ଙ୍କୁ ଅଡ଼ୁଆ ରେ ପକାଉଛି । କେଉଁ ବର୍ଷ ନୂଆଁଖାଇ ସମୟରେ ନିଯୁକ୍ତି ପାଇଁ ପରୀକ୍ଷା ତ ଆଉ କେଉଁ ବର୍ଷ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ର ପରୀକ୍ଷା ।
ଏମିତି ବି ଦଶନ୍ଧି ଦଶନ୍ଧି ଧରି ପଶ୍ଚିମାଞ୍ଚଳବାସୀ ନିଜ ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ହେଉଥୁବା ବୈମାତୃକ ମନୋଭାବ ଓ ଚରମ ଅବହେଳା କୁ ନେଇ ସ୍ୱର ଉତ୍ତୋଳନ କରୁଛନ୍ତି । ଏଭଳି ପର୍ଵ ପର୍ବାଣୀ ସମୟରେ ରାଜ୍ୟ ସରକାର ଙ୍କର ଏଭଳି ନିଷ୍ପତ୍ତି ବା ଘୋଷଣା ମାନ ଭିନ୍ନ ରାଜ୍ୟ ଆନ୍ଦୋଳନ ର ଅଗ୍ନିରେ ଘୃତ ସଦୃଶ କାମ କରୁଛି ।
ଚଳିତ ବର୍ଷ ରାଜ୍ୟ ରେ +୩ ନାମ ଲେଖା ପାଇଁ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ର ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ ଅଗଷ୍ଟ ୨୦ ତାରିଖ ରୁ ସେପ୍ଟେମ୍ବର ୪ ତାରିଖ ଯାଏଁ ନାମଲେଖା ପାଇଁ ଇଚ୍ଛୁକ ଛାତ୍ର ଛାତ୍ରୀ ମାନେ ଆବେଦନ ପତ୍ର ଦାଖଲ କରିବେ । ନାମ ଲେଖା ପାଇଁ ପ୍ରଥମ ଚୟନ ତାଲିକା ୯ ତାରିଖ ର ପ୍ରକାଶ ପାଇଲା ପରେ ଛାତ୍ର ଛାତ୍ରୀ ସେପ୍ଟେମ୍ବର ୯ ରୁ ୧୪ ତାରିଖ ମଧ୍ୟରେ ନାମ ଲେଖା ପାଇଁ ଶୁଳ୍କ ଜମା କରାଯିବ ଓ ୧୧ ରୁ ୧୫ ମଧ୍ୟରେ ଛାତ୍ର ଛାତ୍ରୀ ଚୟନ ହୋଇଥିବା ମହାବିଦ୍ୟାଳୟ ରେ ରିପୋର୍ଟିଂ କରିବା ପାଇଁ ଉଲ୍ଲେଖ ରହିଛି ।
ଏଠାରେ ସୂଚନା ରହିଥାଉ କି ଯେ, ଆସନ୍ତା ସେପ୍ଟେମ୍ବର ୧୦ ତାରିଖ (ଶୁକ୍ରବାର) ରେ ଶ୍ରୀଗଣେଶ ପୂଜା, ୧୧ ତାରିଖ (ଶବିବାର) ନୂଆଁଖାଇ, ୧୨ ତାରିଖ ରବିବାର ପାଇଁ ଛୁଟି । ତତ୍ ସଙ୍ଗେ ସଙ୍ଗେ ନୂଆଁଖାଇ ପାଇଁ ଦୁଇ ଦିନ ପୂର୍ବରୁ ଲୋକେ ନିଜ ନିଜ ଘରକୁ ଆସିଥାନ୍ତି ଓ ନୂଆଁଖାଇ ର ପରବର୍ତ୍ତୀ ଦୁଇଦିନ ନିଜ ନିଜ କାର୍ଯ୍ୟ କ୍ଷେତ୍ରକୁ ଫେରି ଥାଆନ୍ତି । ଏହି ସମୟରେ +୩ ର ନାମଲେଖା ର କୌଣସି ପ୍ରକ୍ରିୟା ଛାତ୍ର ଛାତ୍ରୀ ଙ୍କୁ ଅସୁବିଧା ରେ ପକେଇ ପରେ ।
ଏଣୁ +୩ ନାମ ଲେଖା ର ପ୍ରଥମ ଚୟନ ତାଲିକା ର ନାମଲେଖା ପ୍ରକ୍ରିୟା କୁ ନୂଆଁଖାଇ ପରେ ଆରମ୍ଭ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଆପଣଙ୍କ ପାଖରେ ଦାବୀ କରୁଛି । ବିଷୟର ଗୁରୁତ୍ୱ ଓ ମହତ୍ତ୍ୱ କୁ ହୃଦୟଙ୍ଗମ କରି ଓ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆପଣ ଯଥା ଶୀଘ୍ର ଏହି ବିଜ୍ଞପ୍ତି କୁ ସଂଶୋଧିତ କରି ନୂତନ ବିଜ୍ଞପ୍ତି ଜାରି କରିବେ ବୋଲି ଅନୁରୋଧ କରୁଛୁ ।

Leave a Reply

Your email address will not be published. Required fields are marked *