ତିନି କୃଷି ଆଇନ ପ୍ରତ୍ୟାହାର


ନୂଆଦିଲ୍ଲୀ ୧୯/୧୧ (ଏଜେନ୍ସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଏକ ବଡ ଘୋଷଣା କରି କହିଛନ୍ତି ଯେ, କେନ୍ଦ୍ର ସରକାର କୃଷକଙ୍କ ସ୍ବାର୍ଥ ପାଇଁ ଆଣିଥିବା ୩ କୃଷି ଆଇନକୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନେଇଛନ୍ତି । ସରକାର ଅତି ସ୍ବଚ୍ଛ ମନରେ କୃଷକଙ୍କ ସ୍ବାର୍ଥରେ ଏହି ଆଇନ ଆଣିଥିଲେ । ସରକାରଙ୍କ ଅଭିପ୍ସା ପ୍ରଦୀପର ଜ୍ୟୋତି ପରି ସ୍ବଚ୍ଛ ଥିଲା । ଏହା ୧୦ କୋଟି ଛୋଟ କୃଷକଙ୍କ ସ୍ବାର୍ଥରେ ନିଆଯାଇଥିବା ନିଷ୍ପତ୍ତି ଥିଲା । କିନ୍ତୁ କିଛି କୃଷକ ଭାଇଙ୍କୁ ଏହା ବୁଝାଇବାରେ ତାଙ୍କ ସରକାର ବିଫଳ ହେଲେ । ତେବେ ଏହାକୁ ପ୍ରତ୍ୟାହାର ଦାବିରେ ଯେଉଁ କୃଷକମାନେ ଯିଦରେ ଅଟଳ ରହିଲେ ସେମାନଙ୍କ ପୀଡାକୁ ସେ ଅତି ନିକଟରୁ ଦେଖିଥିଲେ । ବୋଧହୁଏ ସରକାରଙ୍କ ତପସ୍ୟାରେ କିଛି ଊଣା ରହିଯାଇଥିଲା ଯେଉଁଥିପାଇଁ ସରକାର ଏହି ସତ୍ୟକୁ କିଛି କୃଷକଙ୍କୁ ବୁଝାଇବାରେ ବିଫଳ ହେଲେ । ତତେଣୁ ସରକାର ଗୁରୁନାନକଙ୍କ ପବିତ୍ର ଜନ୍ମ ଜୟନ୍ତୀ ପ୍ରକାଶ ପର୍ବ ଅବସରରେ ତିନୋଟି କୃଷି ଆଇନକୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ନେଇଛନ୍ତି । ସରକାର କୃଷକଙ୍କ ସ୍ବାର୍ଥ ରେ ଆଣିଥିବା ଆଇନକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ନେଇଥିବାରୁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ସହ ଆଇନକୁ ପ୍ରତ ଚଳିତ ମାସ ଶେଷରେ ଆରମ୍ଭ ହେବାକୁ ଯାଉଥିବା ଆଗାମୀ ଶୀତକିଳୀନ ଅଧିବେଶନରେ ଏହି ଆଈନକୁ ପ୍ରତ୍ୟାହାର ପାଇଁ ବିଲ ଅଣାଯିବ ବୋଲି କହିଛନ୍ତି । ଆନ୍ଦୋଳନରତ କୃଷକମାନେ ଆନ୍ଦୋଳନସ୍ଥଳ ଛାଡି ନିଜ ଘରକୁ ଯିବାପାଇଁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *