ସିରିଜ ଜିତି ମଧ୍ୟ ଯାହା କରିପାରିନଥିଲା ଅଷ୍ଟ୍ରେଲିଆ ତାହା କରି ଦେଖାଇଲା ଭାରତ

ଭାରତୀୟ କ୍ରିକେଟ ଟିମର ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଏକ ଦିବସୀୟ ସିରିଜ ଯଦିଓ ଆୟୋଜକ ଅଷ୍ଟ୍ରେଲିଆ ସପକ୍ଷରେ ଜାଇଛି କିନ୍ତୁ ପଡିଆରେ ଦମ ଦେଖାଇଛି ଭାରତ । ତେବେ ଏହା କୁହାଯାଇପାରେ ଯେ, କେବଳ ଟସ ବଳରେ ଅଷ୍ଟ୍ରେଲିଆ ସିରିଜକୁ ନିଜ ସପକ୍ଷରେ ନେବାରେ ସକ୍ଷମ ହୋଇଥିଲା । ଏପରି କାହିଁକି କୁହାଯାଉଛି ୩ ଟିକିଆ ମ୍ୟାଚ ବିଶିଷ୍ଠ ସିରିଜରେ କ୍ରମାଗତ ଭାବେ ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତିକରି ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କରିବାରେ ସକ୍ଷମ ହେଉଥିଲା ହେଲେ ଭାରତୀୟ ଦଳ କିନ୍ତୁ ଚେସ କରିବାରେ ହାର ମାନିନଥିଲା ପ୍ରତ୍ୟେକ ଥର ଭାରତୀୟ ଦଳ କେବଳ ୩୦୦ ସ୍କୋର ଅତିକ୍ରମ କରୁନଥିଲା ନିର୍ଦ୍ଧାରିତ ୫୦ ଓଭର ମଧ୍ୟରେ ଅଲଆଉଟ କରିବାର ସୁଯୋଗ ଥରୁଟେ ବି ଅଷ୍ଟ୍ରେଲିଆକୁ ଦେଇନଥିଲା । କିନ୍ତୁ ଶେଷ ତଥା ଅନ୍ତିମ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରକୃତ ଦକ୍ଷତା ଧରା ପଡିଯାଇଥିଲା । ଅତିଥି ଭାରତର ମାତ୍ର ୩୦୨ ରନ ସ୍କୋରକୁ ପିଛା କରି ଘରୋଇ ଦଳ ନା କେବଳ ୩୦୦ ରନ ଛୁଇଁ ପାରିଥିଲା ବରଂ ଅଲଆଉଟ ହେବାରୁ ନିଜକୁ ଅଟକାଇ ପାରିଲା ନାହିଁ । ଯେଉଁ ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ସିଡନୀରେ ମାତ୍ର ୬ ୱିକେଟ ହରାଇ ୩୭୪ ଓ ସେହି ସିଡନୀରେ ଦ୍ୱିତୀୟ ମ୍ୟାଚରେ ବି ମାତ୍ର ୪ ୱିକେଟ ହରାଇ ୩୮୯ର ଦୁଇ ଦୁଇଥର ବିଶାଳ ସ୍କୋର କରିଥିଲା ସେହି ଦଳ ରାଜଧାନୀ କାନବେରାରେ ୨୮୯ରନରେ ଧରାଶାୟୀ ହୋଇଯିବା ଏହାର ଦୁର୍ବଳତାକୁ ପଦାରେ ପକାଇଦେଇଛି । ତେଣୁ ଟି-୨୦ ସିରିଜ ଓ ଟେଷ୍ଟ ମ୍ୟାଚର ସିରିଜ ପୂର୍ବରୁ ଭାରତୀୟ ଦଳର ଏହି ବିଜୟ କେବଳ ଟିମକୁ ସିରିଜରେ ସମ୍ମାନ ରକ୍ଷା କରିବାରେ ସହାୟକ ହୋଇନାହିଁ ବରଂ ଆଗାମୀ ସିରିଜ ଗୁଡିକ ପୂର୍ବରୁ ଫର୍ମ ଫେରିପାଇଥିବାରୁ ଘରୋଇ ଟିମ ଉପରେ ଏହା ମନୋବୈଜ୍ଞାନିକ ସ୍ଥରରେ ଚାପ ସୃଷ୍ଟି କରିବ । ବୁଧବାର କୋହଲି ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟର ଶିକାର ହୋଇଥିଲା ଶିଖର ଧୱନ ୧୬, ସୁଭମ ଗିଲ ୩୩, ଶ୍ରେୟସ ଆୟାର ୧୯ ଓ କେଏଲ ରାହୁଲ ୫ ରନରେ ଆଉଟ ହୋଇଥିଲେ । ଏକଦା ଦଳର ସ୍କୋର ୪ ୱିକେଟରେ ମାତ୍ର ୧୨୩ ରନ ଥିଲା କିନ୍ତୁ ବିରାଟ କୋହଲି ଅପରପକ୍ଷରେ ସ୍କୋରକୁ ବଢାଇ ଚାଲିଥାନ୍ତି । ସେ ୬୩ ରନ କରି ହାଜେଲଓଡଙ୍କ ଶିକାର ହୋଇଥିଲେ । ଦଳ ୧୫୨ରେ ଫର୍ମରେ ଥିବା କୋହଲିଙ୍କୁ ୫ମ ୱିକେଟ ରୂପେ ହରାଇବାରୁ ସ୍କୋର ୩୦୦ ଅତିକ୍ରମ କରିବା ଉପରେ କଳାବାଦଲ ଛାଇଯାଇଥିଲା । କିନ୍ତୁ ସେଇଠୁ ପଛକୁ ଚାହିଁ ନଥିଲା ଭାରତୀୟ ଦଳ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଜାଡେଜାଙ୍କ ଯୋଡି ଅପରାଜିତ ରହି ଯଥାକ୍ରମେ ୯୨ ଓ ୬୬ ବ୍ୟକ୍ତିଗତ ରନ ସହ ୧୫୦ ରନର ମଜବୁତ ଭାଗିଦାରୀ ମାଧ୍ୟମରେ ଦଳର ସ୍କୋରକୁ ୩୦୨ ରନରେ ପହଞ୍ଚାଇଥିଲେ । ଏହାର ଜବାବରେ ଅଷ୍ଟ୍ରେଲିଆର ଫିଞ୍ଚଙ୍କ ବ୍ୟତୀତ ଭାରତୀୟ ବୋଲିଂ ଆଗରେ କୌଣସି ଖେଳାଳୀ ଠିଆ ହୋଇପାରିଲେ ନାହିଁ । ଫିଞ୍ଚ ୭୫ ରନରେ ଜାଡେଜାଙ୍କ ଦ୍ୱାରା ଆଉଟ ହେବା ପରେ ଭାରତ ପାଇଁ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଥିଲା । ସେତେବେଳକୁ ଅଷ୍ଟ୍ରେଲିଆ ୧୫୮ ରନରେ ୫ ୱିକେଟ ହରାଇଥିଲା । ହେଲେ ମ୍ୟାାକ୍ସୱେଲ ଖେଳକୁ ଏକପାଖିଆ ନକରି ମ୍ୟାଚକୁ ରୋମାଞ୍ଚକର ସ୍ଥିତିକୁ ଆଣିଥିଲେ । ୪୪ ଓଭରରେ ବୁମରା ମାକ୍ସୱେଲଙ୍କୁ ୫୯ରନ ସ୍କୋରରେ ଆଉଟ କରିବା ପରେ ଭାରତର ବିଜୟ ପଥରେ ଶେଷ କଣ୍ଟା ସଫା ହୋଇଯାଇଥିଲା । ନିର୍ଦ୍ଧାରିତ ୫୦ ଓଭର ଖେଳର ଆଉ ୩ଟି ବଲ ବାକିଥାଇ ଅଷ୍ଟ୍ରେଲିଆ ଦଳ ୨୮୯ରେ ସମସ୍ତ ୱିକେଟ ହରାଇ ୧୩ରେ ପରାସ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *