୫ ତାରିଖ ପ୍ରତ୍ୟାହାର ହେବ କୃଷକ ଆନ୍ଦୋଳନ ! କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ସଫଳ
ଏମଏସପି ଦର ଖୋଲା ବଜାରରେ ଲାଗୁ ପାଇଁ ସରକାର ବିଚାର କରୁଛନ୍ତି : କୃଷିମନ୍ତ୍ରୀ ତୋମର

ଦୀର୍ଘ ୮ ଦିନ ଧରି ଶୀତ କାକରରେ ରାଜଧାନୀ ଦିଲ୍ଲୀରେ କୃଷକ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ନୂତନ କୃଷି ଆଇନ ବିରୋଧରେ ଯେଉଁ ଆନ୍ଦୋଳନ କରୁଛନ୍ତି ତାହା ସମାଧାନ ହେବାର ଦୀଗ ଉଜ୍ଜ୍ୱଳ ହୋଇଛି । ଗୁରୁବାର ବିଜ୍ଞାନ ଭବନରେ ୪୧ଟି କୃଷକ ସଂଗଠନର ପ୍ରତିନିଧିଙ୍କ ସହ କେନ୍ଦ୍ର କୃଷ୍‌ିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ବାଣିଜ୍ୟ ମନ୍ତ୍ରୀ ପିୟୁସ ଗୋଏଲ ଓ କେନ୍ଦ୍ର ମନ୍ତ୍ରୀ ସୋମପ୍ରକାଶଙ୍କ ସହ କୃଷକମାନେ ପାଖାପାଖି ଦୀର୍ଘ ୭.୩୦ ଘଣ୍ଟା ଅର୍ଥାତ ମଧ୍ୟାହ୍ନ ୧୨ଘଟିକାରୁ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନା ପରେ ଉଭୟ ସରକାର ଓ କୃଷି ସଂଗଠନ ଗୁଡିକ ଆଲୋଚନା ସକାରାତ୍ମକ ଓ ସଫଳ ରହିଥିବା ପ୍ରକାଶ କରିଥିଲେ । ସରକାରଙ୍କ କୌଣସି ଅହମ ବା ଇଗୋ ନାହିଁ ସରକାର କୃଷକ ସଂଗଠନ ଗୁଡିକ ସହ ଖୋଲାମନରେ ଆଲୋଚନା ଜାରି ରଖିଛନ୍ତି ଓ କୃଷକମାନଙ୍କ ମଧ୍ୟରେ ଏମଏସପିକୁ ନେଇ ଯେଉଁ ଆଶଙ୍କା ରହିଛି ସରକାର ଏମଏସପି ଓ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରିବେ ନାହିଁ । କୃଷକ ସଂଗଠନ ଗୁଡିକ ମଧ୍ୟ ଏମଏସପିକୁ ନେଇ ସରକାର ସେମାନଙ୍କ ଦାବି ଶୁଣିବା ସହ ଅନ୍ୟ ବିନ୍ଦୁ ଉପରେ ସରକାର ନିଶ୍ଚିତ ଭାବେ ସେମାନଙ୍କ ଦାବିକୁ ଶୁଣିବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ସବୁଠାରୁ ଅଧିକ ଯୋର ଏମଏସପି ଅର୍ଥାତ ଏପିଏମସି ଆକ୍ଟ ଅନ୍ତର୍ଗତ ମଣ୍ଡି ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଦିଆଯାଇଥିଲା । ତେବେ ସରକାରଙ୍କ ପକ୍ଷରୁ ଆସ୍ୱାସନା ଦିଆଯାଇଥିଲା ଯେ ଖୋଲା ବଜାରରେ ଏମଏସପି ଦରଠାରୁ କମ ଦରରେ କ୍ରୟ ହୋଇପାରିବ ନାହିଁ । ଆସନ୍ତା ୫ ତାରିଖ ଦିନ ଦୁଇ ପକ୍ଷଙ୍କ ମଧ୍ୟରେ ଅନ୍ତିମ ତଥା ପଞ୍ଚମ ଚରଣ ଆଲୋଚନା ହେବ ଓ ସେହିଦିନ ହିଁ ସରକାରଙ୍କ ପକ୍ଷରୁ ଆଧିକାରିକ ଭାବେ ବଡ ଘୋଷଣା କରାଯିବ । ତେବେ ଛୋଟ କୃଷକଙ୍କ ଜମି ବଡ ପୁଞ୍ଚିପତି ବା କର୍ପୋରେଟ ହାତରେ ବନ୍ଧା ପଡିବାର ସେଭଳି କୌଣସି ଆଇନ ନାହିଁ ଏହା କେବଳ ଏକ ଭ୍ରମ ସୃଷ୍ଟି କରାଯାଉଛି ବୋଲି କୃଷି ମନ୍ତ୍ରୀ କହିଥିଲେ । ସେହିପରି ପରାଲୀ ଜାଳିବା ଉପରେ ଯେଉଁ ଜରିମାନାର ବ୍ୟବସ୍ଥା ହୋଇଛି ଓ ବିଦ୍ୟୁତ ବିଲକୁ ନେଇ ଯେଉଁ ଅଭିଯୋଗ ରହିଛି ସମସ୍ତ ବିନ୍ଦୁ ଉପରେ ସରକାର ବିଚାର କରୁଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି । ଅଧିକାଂଶ କୃଷକ ସଂଗଠନ ମାନେ ଆଶା ପ୍ରକାଶ କରିଛନ୍ତି ଯେ, ୫ ତାରିଖ ଦିନ ନିଶ୍ଚିତ ଭାବେ ସରକାର ଆଧିକାରିକ ଘୋଷଣା କଲାପରେ ସେମାନେ ଆନ୍ଦୋଳନକୁ ପ୍ରତ୍ୟାହାର କରିନେବେ ।

Leave a Reply

Your email address will not be published. Required fields are marked *