ବିଜେପିର ଦକ୍ଷିଣୀ ଅଭିଯାନକୁ ଅପୂର୍ବ ସଫଳତା : ଓବେସୀ ଗଡରେ ବିଜେପିର ୧୨୦୦ % ଅଭିବୃଦ୍ଧି ସିଧା ୪ ଆସନରୁ ୪୯

ବେଙ୍ଗଲ ନିର୍ବାଚନ ପୂର୍ବରୁ ବିଜେପିର ଗୋଟିଏ ପରେ ଗୋଟିଏ ବଡ ପ୍ରଦର୍ଶନ ମମତା ବାନାର୍ଜୀଙ୍କ ବିପି ନିଶ୍ଚୟ ବଢାଇଦେଇଥିବ । କେହିବି ଭାବିନଥିଲେ ଓବେସୀଙ୍କ ଗଡରେ ନିଜାମ ଗଡରେ ଗୈରିକ ବାନା ଉଡିବ । କିନ୍ତୁ ଏହି ବିଶ୍ୱାସ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଚାଣକ୍ୟ ଅମିତ ଶାହାଙ୍କ ଥିଲା । ଅବସର ଥିଲା ଗ୍ରେଟର ହାଇଦ୍ରାବାଦ ନଗର ନିଗମ ନିର୍ବାଚନ । ଦେଖିବାକୁ ଗଲେ ଏହା ଏକ ଛୋଟ ନିର୍ବାଚନ କିନ୍ତୁ ଏଆ ଅସଦ୍ଦୁଦିନ ଓବେସୀଙ୍କ ଗଡ ଭାବେ ଜଣା । ଯେଉଁ ଉବେସୀ ବିଜେପିକୁ ଚ୍ୟାଲେଞ୍ଜ ଦେଇ କହିଥିଲେ ଯେ, ୧୦ ମିନିଟ ପାଇଁ ଦେଶରୁ ପୋଲିସ ହଟାଇ ଦିଆଯାଉ ତା ପରେ ଦେଖ କଣ ହେଉଛି । ୧୫କୋଟି ମୁସଲମାନ ଦେଶର ୧୦୦କୋଟି ହିନ୍ଦୁଙ୍କ ଉପରେ ଭାରୀ ବୋଲି ଯେଉଁ ଓବେସୀ ଧାର୍ମିକ ମୌଳବାଦ ଆଧାରରେ ବିଦ୍ୱେଶ ରାଜନୀତି କରୁଥିଲେ ତାଙ୍କର ଗର୍ବ ଚୁନା ଚୁନା ହୋଇଯାଇଛି । ତାଙ୍କ ଗଡରେ ଏଆଇଏମଏମ ଦଳକୁ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଠେଲି ଫୋପାଡି ଦେଇଛି ବିଜେପି । ଏଥିସହ ବିଜେପି ୧୫୦ ଆସନ ବିଶିଷ୍ଟ କର୍ପୋରେସନରେ ୪୯ଟି ଆସନ ହାତେଇଥିବା ବେଳେ ଟିଆରଏସକୁ ୯୯ ଆସନରୁ ୫୬ ଆସନକୁ ଖସାଇଦେଇଛି । ତେବେ ଏଆଇଏମଆଇଏମ ଯଦିଓ ନିଜର ଗତଥରର ୪୪ ଆସନକୁ ବଞ୍ଜାଇବାରେ ସକ୍ଷମ ହୋଇଛି ତେବେ ଏହି ଦଳର ଅଭିବୃଦ୍ଧିରେ ବିଜେପି ରୋକ ଲଗାଇଦେଇଛି । ବେଜେପିର ଏହି ବିଜୟ ଦଳର ଦକ୍ଷିଣୀ ଅଭିଯାନର ଏକ ପରୀକ୍ଷଣ ଥିଲା ଯେଉଁଥିରେ ଦଳ ସଫଳ ହେଲା । କେବଳ ଟିଆରଏସ ପରେ ରାଜ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେପି ଲୋକଙ୍କ ଆସ୍ଥା ଜିତି ପାରିନାହିଁ ୨୦୨୩ ରେ ହେବାକୁ ଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି କ୍ଷମତା ଦଖଲ ପାଇଁ ନିଜକୁ ପ୍ରସ୍ତୁତ କରିଛି । ବିଜେପିର ରଣନୀତି ଦଳ ଉତ୍ତରଭାରତରେ ଯଦି କିଛି ସମର୍ଥନ କ୍ଷମତାରେ ଥିବା କାରଣରୁ ହରାଏ ତାହାକୁ ଦକ୍ଷିଣରେ ଭରଣା କରାଯିବ । ତେଣୁ ଏହି ଅଭିଯାନ କେବଳ ହାଇଦ୍ରାବାଦ ଓ ତେଲେଙ୍ଗାନାରେ ସୀମିତ ନୁହେଁ ଆଗାମୀ ଦିନରେ ଆନ୍ଧ୍ରା, ତାମିଲନାଡୁ ଓ କେରଳରେ ମଧ୍ୟ ପଦ୍ମ ଫୁଟାଇବା ପାଇଁ ବିଜେପି ଯୋଜନା କରୁଛି । ତେଲେଙ୍ଗାନା ରାଷ୍ଟ୍ର ସମିତି ଓ ଅସଦ୍ଦୁଦିନ ଓବେସୀଙ୍କ ମଧ୍ୟରେ ଥିବା ଗୁପ୍ତ ବୁଝାମଣା କାରଣରୁ ଉଭୟ ଏଆଇଏମଆଇଏମ ଓ ଟିଆରଏସ ମିଳିତଭାବରେ ହାଇଦ୍ରାବାଦରେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ରାଜ କରୁଥିଲେ । ଏଥିରେ ତୃତୀୟ ପକ୍ଷର ଏଣ୍ଟ୍ରି ମାରିବା ସମ୍ବାବନାର ବାଟ ସବୁଆଡୁ ବନ୍ଦ କରିଥିଲେ । ଗୋଟିଏ ପଟେ ଓବେସୀ ମୁସଲିମ ବହୁଳ ସ୍ଥାନରେ ନିଜର ପ୍ରାର୍ଥୀ ଦେଉଥିଲେ ଓ ଟିଆରଏସ ମଧ୍ୟ ଏହାକୁ ଭିତିରି ସମର୍ଥନ କରୁଥିଲା ଅନ୍ୟପଟେ ହିନ୍ଦୁ ବହୁଳ ଅଞ୍ଚଳରେ ଟିଆରଏସକୁ ଓବେସୀଙ୍କ ମସମର୍ଥନ ମଧ୍ୟ ରହୁଥିଲା । ଏହା କେବଳ ହାଇଦ୍ରାବାଦ ନୁହେଁ ରାଜ୍ୟର ଅନ୍ୟସ୍ଥାନରେ ମଧ୍ୟ ଓବେସୀଙ୍କ ଦଳ ସହ ଟିଆରଏସର ଭିତିରି ବୁଝାମଣାରେ ସେଠାରେ କେସିଆରଙ୍କ ଏକତରଫା ଦବଦବା ଥିଲା । ଯଦ୍ୱାରା ଏହାର ଲାଭ ଉଠାଇ କେସିଆର ସେଠାରେ ପରିବାରବାଦର ରାଜନୀତିରୁ ବ୍ୟାପକ ଦୁର୍ନୀତି ଆଡକୁ ନେଇଯାଇଥିଲେ । ଖାଲି ସେତିକି ନୁହେଁ କେସିଆର ସରକାର ସେଠାରେ କେନ୍ଦ୍ର ସରକାରଙ୍କ ଆୱାସ ଯୋଜନାରେ ବ୍ୟାପକ ହେରଫେର ଓ ଆୟୁଷ୍ମାନ ଭାରତ ଯୋଜନାରୁ ରାଜ୍ୟାବାସୀଙ୍କୁ ବଞ୍ଚିତ କରିଥିଲେ ଯାହାକୁ ବିଜେପି ହାଇଦ୍ରାବାଦ ନିର୍ବାଚନ ଓ ଏଥିପୂର୍ବରୁ ଅନୁଷ୍ଠିତ ଦାବୁକ ବିଧାନସଭା କ୍ଷେତ୍ରର ଉପନିର୍ବାଚନରେ ପ୍ରସଙ୍ଗ କରି ବ୍ୟାପକ ସଫଳତା ହାସଲ କରିପାରିଛି । ବିଜେପିର ହାଇଦ୍ରାବାଦକୁ ଭାଗ୍ୟନଗରରେ ପରିବର୍ତ୍ତନ ଜାତ୍ରା ସଫଳ ହୋଇଛି । କଂଗ୍ରେସ ମାତ୍ର ଦୁଇଟି ଆସନ ହାସଲ କରିବାରୁ ଏହାର ରାଜ୍ୟ ସଭାପତି ଇସ୍ତଫା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *