ଖୁବଶୀଘ୍ର କରୋନା ଟୀକାକରଣ : ମୋଦି ୮ଟି ଟୀକା ପ୍ରସ୍ତୁତ ; ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ପ୍ରାଥମିକତା

ଦେଶବାସୀଙ୍କ ପାଇଁ ଖୁସିର ଖବର । କରୋନାରେ ଭାରତର ଡବଲ ବିଜୟ । ଗୋଟିଏ ପଟେ ବିଶ୍ୱରେ ବିଶ୍ୱରେ ଆରୋଗ୍ୟ ହାରରେ ଭାରତ ସର୍ବାଗ୍ରେ ରହିବାର ଗୌରବ ହାସଲ କରିଥିବା ବେଳେ ଅନ୍ୟପଟେ ଏବେ ଯେତେବେଳେ ଇଂଲଣ୍ଡରେ ପ୍ରଥମ ସାର୍ବଜନୀନ ଟିକାକରଣର ଶୁଭାରମ୍ଭ ହୋଇଯାଇଛି ଓ ଋଷ ମଧ୍ୟ ଦେଶରେ ଟୀକାକରଣ ପାଇଁ ଘୋଷଣା କରିସାରିଛି ତେବେ ଭାରତ ମଧ୍ୟ ପଛରେ ନାହିଁ । ଭାରତରେ ନିର୍ମିତ ସ୍ୱଦେଶୀ ଟୀକା ଗୁଡିକ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣରେ ଭଲ ସଫଳତା ହାର ସହିତ ଖୁସିଖବର ଆଣିଦେବା ସହ ପ୍ରଧାନମନ୍ତ୍ରୀ ନିଜେ ପ୍ରତ୍ୟେକ୍ଷ ଭାବେ ଟୀକାର ପ୍ରସ୍ତୁତି ସଂରକ୍ଷଣ ଓ ସୁରକ୍ଷିତ ଟୀକାକରଣର ସମସ୍ତ ଦୀଗ ସମୀକ୍ଷା କରିବା ପରେ ଦେଶବାସୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ଖୁବଶିଘ୍ର ଭାରତରେ ମଧ୍ୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ କହିଛନ୍ତିି । ଏହା ଶସ୍ତା ଓ ସୁରକ୍ଷିତ ହେବ ବୋଲି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ୮ଟି କମ୍ପାନୀର ଟୀକା ଏଥିପାଇଁ ଏକପ୍ରକାର ପ୍ରସ୍ତୁତ ରହିଛି । ଏଥିର୍ପୂର୍ବରୁ ପ୍ରଧାନମନ୍ତ୍ରୀ ଦେଶର ତିନୋଟି ସହରରେ ନିର୍ମିତ ହେଉଥିବା ତିନୋଟି ବଡ କମ୍ପାନୀର ସ୍ୱଦେଶରେ ନିର୍ମିତ ଟୀକାର ସମୀକ୍ଷା କରିଥିଲେ । ସେଠାକୁ ଯାଇ ଲାବରେ ବୈଜ୍ଞାନିକ ମାନଙ୍କ ସହ ଏହାର ପ୍ରତ୍ୟେକ ବିନ୍ଦୁ ଉପରେ ଆଲୋଚନା କରିଥିଲେ । ବୈଜ୍ଞାନିକ ମାନେ ମୋଦିଙ୍କୁ ଟୀକାର ସମୟ ଓ ଆବଶ୍ୟକତା ଅନୁସାରେ ନିର୍ମାଣ ,ସଂରକ୍ଷଣ ଓ ସୁରକ୍ଷୀତ ଟୀକାକରଣ ଉପରେ ସବିଶେଷ ତଥ୍ୟ ସହ ଅବଗତ କରାଇଥିଲେ । ଏଥିରେ ସନ୍ତୁଷ୍ଟି ହେଲା ପରେ ପ୍ରଧାନମନ୍ତ୍ରୀ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ଏହାକୁ ଶସ୍ତା ଓ ସହଜ ସୁରକ୍ଷିତ ଉପଲବ୍ଧତା କରିବା ଦୀଗରେ ଆଲୋଚନା କରିଥିଲେ । ସମସ୍ତ ତଥ୍ୟକୁ ଆଧାର କରି ଦେଶର ସବୁ ରାଜନୈତିକ ଦଳମାନଙ୍କ ସହ ବୈଠକରେ ଟୀକାକରଣ ଖୁବଶୀଘ୍ର ଶୁଭାରମ୍ଭ କରିବା ନେଇ ଘୋଷଣା କରିଥିଲେ । ସରକାର ଟୀକାକରଣରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରାଥମିକାତା ଦେବେ । ଏହା ପରେ ନିଶ୍ଚିତ ଭାବେ ବୟଜ୍ୟୋଷ୍ଠ ବ୍ୟକ୍ତି ଓ ଛୋଟପିଲାଙ୍କୁ ପ୍ରାଥମିକତା ଦିଆଯାଇପାରେ । ତେବେ ଟୀକାକରଣକୁ ଶାନ୍ତିର ସହ ସମାପନ କରିବା ଓ ଏଥିରେ ଗୁଜବ ବା ଅପପ୍ରଚାର ଠୁ କିପରି ଭାବେ ସମସ୍ତେ ଦୁରେଇ ରହି ଏଥିରେ ସହଯୋଗ କରିବେ ସେଥିନେଇ ସେ ବିରୋଧୀ ଦଳମାନଙ୍କ ସହଯୋଗ ଲୋଡିଥିଲେ ।

Leave a Reply

Your email address will not be published. Required fields are marked *