ଭାଗ୍ୟନଗର ସାଇଡ ଇଫେକ୍ଟ
କଂଗ୍ରେସର ଅକାଳ ମୃତ୍ୟୁ କାରଣରୁ ବିଜେପିକୁ ସଫଳତା : ଟିଆରଏସ
ମମତାଙ୍କ ଭାଲେଣୀ ଚାଷୀ ରାଜନୀତି ହିଁ ଶେଷ ଭରସା

ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ବିଜେପିର ବମ୍ପର ପ୍ରଦର୍ଶନ ମମତାଙ୍କ ପାଇଁ ଚିନ୍ତା ବଢାଇ ଦେଇଥିଲା ବେଳେ କଂଗ୍ରେସ ପରି ଜାତୀୟ ଦଳର ରାଜ୍ୟରେ ଅକାଳରେ ମୃତ୍ୟୁ ଘଟିଥିବାରୁ ବିଜେପିର ପ୍ରଦର୍ଶନ ଭଲ ହୋଇଛି ଓ ଟିଆରଏସ ଖରାପ ପ୍ରଦର୍ଶନ କରିଛି ବୋଲି ଟିଆରଏସ କହିଛି । କଂଗ୍ରେସ ପାଇଁ ରାହୁଲ ଗାନ୍ଧୀଙ୍କ ବା ବଂଶବାଦ ନେତୃତ୍ୱ ଏକ ବୋଝ ସଦୃଶ ହୋଇଛି । କଂଗ୍ରେସ ହାଇଦ୍ରାବାଦରେ ବିଜେପିର ଶାହା ନଡ୍ଡା ଓ ତେଜସ୍ୱୀ ସୁରୟାଙ୍କ ପରି ବଡ ନେତା ଆସିବା କାରଣରୁ ବିଜେପି ଭଲ ପ୍ରଦର୍ଶନ କଲା ବୋଲି ସଫେଇ ଦେଇଥିବା ବେଳେ । କଂଗ୍ରେସର ରାଜ୍ୟ ସଭାପତି ଏହି ଲଜ୍ଜାଜନକ ପରାଜୟ ପାଇଁ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ହାଇଦ୍ରାବାଦର ଚାରମିନାରକୁ ଓବେସୀ ଓ କେସିଆର ଅଭେଦ୍ୟ ଦୁର୍ଗ କରିଥିବା ବେଳେ ବିଜେପି ଉପରେ ଭାଗ୍ୟ ଲକ୍ଷ୍ମୀ ପ୍ରସନ୍ନ ହୋଇଛନ୍ତି । ସେଠାରେ ବିଜେପିର ଭାଗ୍ୟ ଉଦୟ ହେଉଥିବା ବେଳେ କଂଗ୍ରେସର ନେତୃତ୍ୱ ରାଜ୍ୟକୁ ଅବହେଳା କରିବା କାରଣରୁ କଂଗ୍ରେସ ସେଠାରେ ନିଜର ରାଜନୈତିକ ଅସ୍ତିତ୍ୱ ହରାଇଥିବା କୁହାଯାଉଛି । ତେବେ ଏହାର ସବୁଠାରୁ ଅଧିକ ପ୍ରଭାବ ମମତାଙ୍କ ଉପରେ ପଡିଛି । ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁଥିବା ବେଳେ ବିଜେପିର ହାଇଦ୍ରାବାଦ ବିଜୟ ତାଙ୍କ ଚିନ୍ତାକୁ ବଢାଇ ଦେଇଛି । ଯେପରି ଭାବେ ହିନ୍ଦୁ ଭୋଟର ବିଜେପିକୁ ପସନ୍ଦ କରୁଛନ୍ତି ସେଥିରୁ ସେ ନିଜ ଗାଦି କିପରି ବଞ୍ଚାଇବେ ତାହା ଚିନ୍ତା କରୁଛନ୍ତି । ସେଥିପାଇଁ ଦିଲ୍ଲୀର ଚାଷୀ ଆନ୍ଦୋଳନ ତାଙ୍କ ପାଇଁ ଅନ୍ତିମ ଭରସା ବୋଲି ଜଣାପଡିଛି । ସେ ତାଙ୍କର ସାଂସଦ ମାନଙ୍କୁ ସିଂଘୁ ବୋର୍ଡର ପଠାଇ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ କୃଷକ ସଂଗଠନମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ହରିଆଣାରେ ମଧ୍ୟ କଂଗ୍ରେସ ଖଟ୍ଟର ସରକାର ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି । ତେଜସ୍ୱୀମଧ୍ୟ ଚାଷୀଙ୍କ ନାମରେ ଆନ୍ଦୋଳନରେ ଘିଅ ଢାଳିବାକୁ ଘୋଷଣା କରିଛନ୍ତି । ମୋଦିବିରୋଧୀ ରାଜନୈତିକ ଦଳମାନଙ୍କ ସମର୍ଥନକୁ ଦେଖି ସରକାର ସେମାନଙ୍କ କଥାରେ ସହମତି ନହେଲେ ଚାଷୀମାନେ ବି ଆସନ୍ତା ୮ ତାରିଖ ସର୍ବଭାରତୀୟ ଭାରତ ବନ୍ଦ ଘୋଷଣା କରିଛନ୍ତି । ଜଦି ସରକାର ଚାଷୀମାନଙ୍କୁ ଶନିବାର ୫ମ ପର୍ଯ୍ୟାୟ ଆଲୋଚନାରେ ମନାଇବାରେ ସଫଳ ହୁଅନ୍ତି ତେବେ କଂଗ୍ରେସ ଟିଏମସି ସମେତ ଅନେକ ଦଳ ପାଇଁ ପୁଣିଥରେ ଦେଶରେ ଚାଷୀଆନ୍ଦୋଳନ ମାଧ୍ୟମରେ ଗୃହଯୁଦ୍ଧ କରି କ୍ଷମତାକୁ ଫେରିବାର ସାମାନ୍ୟ ଆଶା ମଉଳିଯିବା ନିଶ୍ଚିତ ।

Leave a Reply

Your email address will not be published. Required fields are marked *