କାଶ୍ମୀରରେ ବୁଲେଟକୁ ହରାଇଲା ବାଲଟ ୫୨% ମତଦାନ : ଡାଲ ହ୍ରଦରେ ‘ଶିକାରା’ ରାଲୀ କରି ଶକ୍ତି ପ୍ରଦର୍ଶନ କଲା ବିଜେପି

ଜମ୍ମୁ କାଶ୍ମୀରରେ ପୁଣିଥରେ ବୁଲେଟକୁ ହରାଇଛି ବାଲଟ । ପଞ୍ଚାୟତ ନିର୍ବାଚନର ୬ଷ୍ଠ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରରେ ୫୧.୫୧ ପ୍ରତିଶତ ମତଦାନ ହୋଇଛି । ରାଜ୍ୟରେ ପ୍ରବଳ ଶୀତ ଓ ଆତଙ୍କବାଦୀଙ୍କ ନିର୍ବାଚନକୁ ବାତିଲର ଧମକକୁ ଖାତିର ନକରି ସ୍ଥାନୀୟ ଲୋକମାନେ ପ୍ରବାଳ ଉତ୍ସାହ ସହିତ ରବିବାର ସକାଳୁ ମତଦାନକେନ୍ଦ୍ରରେ ଲମ୍ବା ଲାଇନ ଲଗାଇ ଭୋଟ ଦେଇଛନ୍ତି । ଗଣତନ୍ତ୍ରର ଏହି ପର୍ବରେ କାଶ୍ମୀର ବାସୀ ବଢି ଚଢିକି ଅଂଶଗ୍ରହଣ କରିଛନ୍ତି । ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ୩୧ଟି ବିଧାନସଭା କ୍ଷେତ୍ରରେ ଏହି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିଲା । ଏଥିମଧ୍ୟରୁ କାଶ୍ମୀରର ୧୪ଟି କ୍ଷେତ୍ର ରହିଛି । ୨୦୭୧ଟି ମତଦାନ କେନ୍ଦ୍ରରେ ଏହି ମତଦାନ ହୋଇଥିଲା । ପୁଞ୍ଚରେ ସବୁଠାରୁ ରେକର୍ଡ ୭୬.୭୮ ପ୍ରତିଶତ ମତଦାନ ହୋଇଥିଲା । ୮ଟି ପର୍ଯ୍ୟାୟ ମତଦାନରୁ ୬ଟି ପର୍ଯ୍ୟାୟ ସରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟର ମତଦାନ ବାକି ଅଛି । ଡାଲ ଲେକରେ ବିଜେପି ପକ୍ଷରୁ ନୌକା ଗୁଡିକରେ ପ୍ରଚାର କରାଯାଇଥିବାର ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା । ବାସ୍ତବରେ କାଶ୍ମୀରରେ ଗଣତନ୍ତ୍ରର ଏହି ସବୁଠାରୁ ବଡ ପର୍ବରେ ସାମିଲ ହେବା ସେଠାକାର ଜନତାଙ୍କ ପାଇଁ ଏକ ଖୁସିର ଅବସର । ସେଠାରେ ମୁଖ୍ୟତ ବିଜେପି ଓ ଗୁପକାର ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।

Leave a Reply

Your email address will not be published. Required fields are marked *