ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ଉଦ୍ଧବ ସରକାରଙ୍କ ଫୁତକାର
ରିପବ୍ଲିକ ସିଇଓଙ୍କୁ ଟିଆରପି ଦୁର୍ନୀତିରେ ଗିରଫ କଲା
ସର୍ବୋଚ୍ଚ ନ୍ୟାୟାଳୟ ରିପବ୍ଲିକ ମେଡିଆର ବରିଷ୍ଠ ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ମୌଳିକ ଅଧିକାରକୁ ରାଜନୈତିକ ଶତ୍ରୁତା ନେଇ କିପରି ଭାବେ ପକ୍ଷପାତିତା ମୂଳକ ଭାବେ ହନନ କରାଯାଇଥିଲା ସେଥିନେଇ ଶକ୍ତ ଟିପ୍ପଣୀ କରିଥିବା ସତ୍ତ୍ୱେ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ସର୍ବୋଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ଖାତିର ନକରି ପୁଣିଥରେ ବେଆଇନ ଭାବେ ବିନା ସମନରେ ରିପବ୍ଲିକ ମେଡିଅର ସିଇଓ ବିକାଶ ଘନ ଚାନ୍ଦଙ୍କୁ ରବିବାର ସକାଳୁ ଘରୁ ଉଠାଇ ନେଇଛି । ସମାନ ଢଙ୍ଗରେ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସକାଳୁ ତାଙ୍କ ଘରୁ ଏନକାଉଣ୍ଟର ସ୍ପୋଶାଲିଷ୍ଟ ଓ ଏକେ ୪୭ ବନ୍ଧୁକ ଧାରୀ ପୋଲିସଙ୍କୁ ଲଗାଇ ଉଠାଇ ନେଇଥିଲା । ରିପବ୍ଲିକ ମେଡିଆ ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବିରୋଧରେ ସୁଶାନ୍ତ ସିଂହ ହତ୍ୟା ମାମଲା ହେଉ କି ପାଲଘର ଘଟଣାରେ ସତ୍ୟକୁ ଦେଖାଇଥିବା କାରଣରୁ ମହାରାଷ୍ଟ୍ରର ଉଦ୍ଧବ ସରକାର ଏହି ଜାତୀୟ ଗଣମାଧ୍ୟମକୁ ଟାର୍ଗେଟ କରି ମିଥ୍ୟା ମାମଲାରେ ଏହାର ବରିଷ୍ଠ ପରିଚାଳନା ସଦସ୍ୟ ମାନଙ୍କୁ ବାରମ୍ବାର ଗିରଫଦାରୀ କରୁଛି । ନେସନାଲ ବ୍ରୋଡକାଷ୍ଟିଂ ଏଜେନ୍ସୀ ଏହାକୁ ନିନ୍ଦା କରିଛି । ମହାରାଷ୍ଟ୍ରରେ ଏକପ୍ରକାର ଅଘୋଷିତ ଆପାତକାଳ ହୋଇଯାଇଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି । କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଜାଭଡେକର ମଧ୍ୟ ଏହି ଗିରଫଦାରୀକୁ ନିନ୍ଦା କରିଛନ୍ତି । ସୁପ୍ରିମ କୋର୍ଟ ଅର୍ଣ୍ଣବ ଗୋସ୍ୱାମୀଙ୍କ ମାମଲାରେ ରାଜ୍ୟର ଉଚ୍ଚ ନ୍ୟାୟାଳୟମାନଙ୍କୁ ମଧ୍ୟ ଫଟକାର ଲଗାଇ ସେମାନେ ବ୍ୟକ୍ତିର ମୌଳିକ ଅଧିକାରର ସୁରକ୍ଷା କରିବାକୁ ପ୍ରାଥମିକତା ଦେବାକୁ କଡା ନିର୍ଦ୍ଦେଶ ଦେଇଥିଲେ ନହେଲେ ସର୍ବନାଶ ହେବ ବୋଲି କହିଥିଲେ । ବିକାଶ ଏଥିପୂର୍ବରୁ ଦୀର୍ଘ ୧୦୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ମୁମ୍ବାଇ ପୋଳିସକୁ ଜେରାରେ ସହଯୋଗ କରିଥିବା ସତ୍ତ୍ୱେ ବିନା ନୋଟିସରେ ତାଙ୍କୁ ବନ୍ଧୁକ ମୁନରେ ଭୟଭୀତ କରି ହଠାତ ଉଠାଇନେବାର କି ଆବଶ୍ୟକତା ପଡିଲା ବୋଲି କୁହାଯାଉଛି । ମୁମ୍ବାଇ ପୋଲିସ ପ୍ରତିଶୋଧ ପରାୟଣ ହୋଇ ଏଥିପୂର୍ବରୁ ରିପବ୍ଲିକର ଏଭିପି ଘନଶ୍ୟାମ ସିଂହଙ୍କୁ ଗିରଫ କରି ୨୩ ଦିନ ଧରି ବାରମ୍ବାର ଉତ୍ପୀଡନ ଦେଇଥିବାର ଘନଶ୍ୟାମ ମାନବାଧିକାର କମିଶନ ଆଗରେ ଅଭିଯୋଗ କରିଥିଲେ । ଟିଆରପି ମାମଲାରେ ବାର୍କ ର ୩ଟି ମେଲରେ ରିପବ୍ଲିକକୁ କ୍ଲିନ ଚିଟ ମିଳିଛି । ଟିଆରପି କେସରେ ଅଭିଯୋଗକର୍ତ୍ତା ପୋଲିସର ଚାପରେ ଏପରି ଅଭିଯୋଗ କରିଥିଲେ ବୋଲି ବୟାନ ଦେଇସାରିଛନ୍ତି । ଅନ୍ୟପଟେ ଏହା ଟ୍ରାଇ ଅଧୀନସ୍ତ ମାମଲା ଥିବା ବେଲେ ଏହାକୁ ମୁମ୍ବାଇ ପୋଳିସ ରାଜ୍ୟ ସରକାରଙ୍କ କାଠପୁତୁଳା ସାଜି ହାତକୁ ନେଇ ରିପବ୍ଲିକ ଚ୍ୟାନେଲକୁ ଟାର୍ଗେଟ କରି ଏହାର ଜଣକ ପରେ ଜଣେ ବରିଷ୍ଠ ପଦାଧିକାରୀଙ୍କୁ ବେଆଇନ ଭାବେ ଗିରଫ କରିଚାଲିଛି ।