ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରୋନା ସଂକ୍ରମିତ
ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ କରୋନା ଟେଷ୍ଟ କରିବାକୁ କହିଲେ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୋଟିଏ ପଟେ ଦେଶବ୍ୟାପୀ ଦଳର କାର୍ଯ୍ୟକର୍ତ୍ତା ଓ ସ୍ଥିତିକୁ ଆହୁରି ମଜବୁତ କରିବା ପାଇଁ ଉତ୍ତରାଖଣ୍ଡରୁ ଭାରତ ଭ୍ରମଣ ଯାତ୍ରା ଶୁଭାରମ୍ଭ କରିଥିବା ବେଳେ ପଶ୍ଚିମ ବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପାଇଁ ମିଶନ ୨୦୦ପ୍ଲସ ପାଇଁ ମଧ୍ୟ ଅନେକ ଝାଳ ବୁହାଉଛନ୍ତି । ନାନାପ୍ରକାର ଆକ୍ରମଣ ଓ ଭୟର ବାତାବରଣକୁ ଖାତିର ନକରି ସେ ବାରମ୍ବାର ବେଙ୍ଗଳଗସ୍ତ କରି ଦଳର କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବୃଦ୍ଧି କରିଛନ୍ତି । ରାଜ୍ୟରେ ରିତିମତ ବ୍ୟବଧାନରେ ଶାହା ଓ ନଡ୍ଡାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ଦୀଦୀଙ୍କ ଚିନ୍ତା ବଢାଇ ଦେଇଥିଲା । ହେଲେ ଇତିମଧ୍ୟରେ ନଡ୍ଡା କରୋନା ପଜିଟିଭ ହୋଇଥିବା ଜଣାପଡିଛି । ରବିବାର ଟ୍ୱିଟ କରି ନଡ୍ଡା ଏହି ସୂଚନା ଦେଇଛନ୍ତି । ସେ କରୋନା ସଂକ୍ରମିତ ଯେଉଁ ବ୍ୟକ୍ତିବିଶେଷ ଓ ଦଳର କାର୍ଯ୍ୟକର୍ତ୍ତା ନିକଟ ଅତୀତରେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ମଧ୍ୟ ନିଜର କୋଭିଡ ଟେଷ୍ଟ କରାଇ ନିବାକୁ ନଡ୍ଡା ପରାମର୍ଶ ଦେଇଛନ୍ତି । ୬୦ ବର୍ଷୀୟ ନଡ୍ଡା କରୋନାର ପ୍ରାଥମିକ ଲକ୍ଷଣ ଅନୁଭବ କରିବା ପରେ ଅବିଳମ୍ବେ ନିଜର କୋଭିଡ ଟେଷ୍ଟ କରାଇଥିଲେ ଯେଉଁଥିରେ ସେ ପଜିଟିଭ ଥିବାର ରିପୋର୍ଟ ଆସିଥିଲା । ତେବେ ସେ ସୁସ୍ଥ ଥିବାର କହିଛନ୍ତି ।

Leave a Reply

Your email address will not be published. Required fields are marked *