ଦୁଇ ପାକ ଆତଙ୍କବାଦୀ ଏନକାଉଣ୍ଟରରେ ନିପାତ
ଜଣକୁ ଜୀବିତ ଧରିଲା ସେନା

କାଶ୍ମୀର ଉପତ୍ୟାକାରେ ସେନାକୁ ବଡ ସଫଳତା ମିଳିଛି । ପାକିସ୍ତାନ ନାଗରିକ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟରରେ ଭାରତୀୟ ସେନା ନପାତ କରିବାରେ ସଫଳ ହୋଇଛି ଓ ଅନ୍ୟଜଣେ ଆତଙ୍କବାଦୀ ଜୀବିତ ଅବସ୍ଥାରେ ଧରାପଡିଛି । ସୂଚନା ଅନୁଯାୟୀ ଜାମ୍ମୁ କାଶ୍ମୀର କେନ୍ଦଶାସିତ ଅଞ୍ଚଳର ପୁଞ୍ଚ ଜିଲ୍ଲାର ସୁରନକୋଟରେ ସୀମା ପାର ହୋଇ ଅନୁପ୍ରବେଶ କରିଥିବା ୩ ପାକିସ୍ତାନ ଆତଙ୍କବାଦୀ ଲୁଚିଥିବା ଖବାର ସେନାକୁ ମିଳିଥିଲା । ଏହା ପରେ ସେନା ସେହି ଅଞ୍ଚଳକୁ ଘେରାଉ କରିବା ପରେ ଦୁଇପକ୍ଷ ମଧ୍ୟରେ ଗୁଳିଚାଳନା ହୋଇଥିଲା । ତେବେ ସେନା ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ବେଳେ ଜଣେ ଆତଙ୍କବାଦୀଙ୍କୁ ଧରିବାରେ ସଫଳ ହୋଇଛି । ଏହି ଆତଙ୍କବାଦୀମାନେ କାଶ୍ମୀରରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ତିନି ଦିନ ତଳୁ ଆସିଥିଲେ । ସେମାନେ ସୋପିଆନ ଜିବା ବାଟରେ ବରଫଘେରା ବନ୍ଦି ମଧ୍ୟରେ ଥିବାର ଚିହ୍ନଟ ହୋଇଥିଲେ । ଲସ୍କର -ଇ- ତୋଇବା ଓ ଜେସ ଏ ମହମ୍ମଦ ଆତଙ୍କୀ ସଂଗଠନର ଏହା ମିଳିତ ଆତଙ୍କି ଗ୍ରୁପ ଥିଲା ବୋଲି ସେନା ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *