ମାଲକାନଗିରିରେ ଯବାନ ଓ ମାଓବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ଥିଲେ । ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ତଥା ଏରିଆ କମିଟି ମେମ୍ବର ମାଲା ବୋଲି ଜଣାପଡ଼ିଥିବା ବେଳେ ଆଉ ଜଣଙ୍କ ପରିଚୟ ଏବେ ସୁଦ୍ଧା ଜଣାପଡ଼ି ନାହିଁ । ତେବେ ଦୁଇ ଜଣ ଦୀର୍ଘ ଦିନ ହେବ ମାଓ ସଂଗଠନରେ କାମ କରୁଥିବା ନେଇ ପୋଲିସ ଅନୁମାନ କରୁଛି । ଏହି ଘଟଣା ସିଙ୍ଗାରାମଠାରେ ଘଟିଛି । ୧୦ରୁ ଅଧିକ ମାଓବାଦୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିବା ବେଳେ ଯବାନ ମାନେ ସେଠାରେ ପହଂଚିଥିଲେ । ଯବାନଙ୍କୁ ଦେଖି ପ୍ରଥମେ ମାଓବାଦୀଙ୍କ ପକ୍ଷରୁ ଆଖିବୁଜା ଗୁଳିବର୍ଷା କରାଯାଇଥିଲା । ଯବାନଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା । ଫଳରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ଅନ୍ୟ ମାଓବାଦୀମାନେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ସୂଚନା ଅନୁଯାୟୀ, ମାଓବାଦୀମାନେ ଗୁରୁତ୍ୱପୂର୍ଣ୍ଣ ବେ?ଠକ କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ, ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା । ଏସ୍‌ଓଜି ଯବାନ ଓ ଡିଭିଏଫ୍ ଯବାନ ଏହି ଅପରେସନ୍‌ରେ ସାମିଲଥିଲେ । ମୃତ ଦୁଇ ମାଓବାଦୀ ଛତିଶଗଡ଼ ରାଜ୍ୟ ରେ ବୋଲି ପୋଲିସ ଅନୁମାନ କରୁଛି!

Leave a Reply

Your email address will not be published. Required fields are marked *