୪୯ କୋଟି ଜିଏସଟି ଠକେଇ ମାମଲାରେ ଆଉ ଜଣେ ଗିରଫ
ରାଉରକେଲା, ୨୩ ।୧୨ (ଶ୍ରୁ.ମି) : ଗତ ସପ୍ତାହରେ ନକଲି କାଗଜ ମାଧ୍ୟମରେ ଜାଲି କମ୍ପାନୀ ଖୋଲି ପ୍ରାୟ ୨୬୨ କୋଟି ଟଙ୍କାର କାରବାର କରିବା ସହ ୪୦ କୋଟି ଟଙ୍କାର ଜିଏସଟି ଠକିଥିବା ଅଭିଯୋଗରେ ଜିଏସଟି ବିଭାଗ ଗତ ସପ୍ତାହରେ ରାଉରକେଲା ବାସନ୍ତି କଲୋନୀରେ ରହୁଥିବା ସନ୍ତୋଷ ଗୁପ୍ତା ନାମକ ଜଣେ ବ୍ୟବସାୟୀକୁ ଗିରଫ କରିଥିଲେ । ଏହି ଘଟଣାରେ ତଦନ୍ତକାରୀ ଦଳ ବିଭିନ୍ନ ସୂତ୍ରରୁ ଖବର ପାଇ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳର ମୋଲା ଲେନର ବାସିନ୍ଦା ଏଜାଜ ଅହମ୍ମଦ ନାମକ ଜଣେ ଲୁହା ସ୍କ୍ରାପ ବ୍ୟବସାୟୀଙ୍କୁ ଜିଏସଟି ବିଭାଗ ଗତକାଲି ଝାରସୁଗୁଡାରୁ ଗିରଫ କରିଥିଲା । ଆଜି ଶ୍ରୀ ଅହମ୍ମଦଙ୍କୁ ରାଉରକେଲାରେ ମାନ୍ୟବର ବିଚାରପତିଙ୍କ ସମ୍ମୁଖରେ ହାଜର କରାଇବା ପରେ ଜିଏସଟି ବିଭାଗ ୧୪ ଦିନ ପାଇଁ ରିମାଣ୍ଡରେ ନେଇଛନ୍ତି । ସୂଚନାଯୋଗ୍ୟ କି ଗିରଫ ଶ୍ରୀ ଅହମ୍ମଦ ସନ୍ତୋଷ ଗୁପ୍ତାଙ୍କ ଜିଏସଟି ଠକେଇରେ ସାମିଲ ଥିବାବେଳେ ନିଜ ନାମରେ ମଧ୍ୟ କମ୍ପାନୀ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକିଛନ୍ତି । ତଦନ୍ତ ପରେ ଆହୁରି ଅଧିକ ତଥ୍ୟ ପଦାକୁ ଆସିବ ।