ଜିଏସଟି ଠକେଇରେ ଗିରଫ ମହାନନ୍ଦଙ୍କୁ ଜେଲ ପଠାଗଲା
ରାଉରକେଲା, ୨୩ ।୧୨ (ଶ୍ରୁ.ମି) : ରାଉରକେଲାରେ ଥିବା ରାଜ୍ୟ ଜିଏସଟି ବିଭାଗର ସହକାରୀ କମିଶନର ଅଲେଖ ମହାନନ୍ଦ ଆୟବର୍ହିଭୁକ୍ତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ କାଲି ରାଜ୍ୟ ଦୂର୍ନୀତି ନିବାରଣ ବିଭାଗ ଶ୍ରୀ ମହାନନ୍ଦଙ୍କ ରାଉରକେଲା ସମେତ ଜିଲ୍ଳାର ବିଭିନ୍ନ ସ୍ଥାନରେ ଥିବା ତାଙ୍କର ବାସଭବନରେ ଚଢାଉ କରି ଅନେକ ସଂପତ୍ତି ଠାବ କରିଥିଲେ । ଗୋଟିଏ ଦିନର ତର୍ଜମା ପରେ ଶ୍ରୀ ଅଲେଖଙ୍କ ପାଖରେ ମୋଟ ୮୭,୯୭,୯୪୮ ଟଙ୍କାର ଆୟ ବର୍ହିଭୁକ୍ତ ସଂପତ୍ତି ଥିବା ଜଣାପଡିବା ପରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷୁ ଶ୍ରୀ ଅଲେଖଙ୍କ ଡାକ୍ତରୀ ମାଇନା ପରେ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି ।